www.samajalive.in
Saturday, December 6, 2025
15.1 C
Bhubaneswar

ରତାଗଡ ଓ କଦଳୀବାଡି ପଞ୍ଚାୟତରେ ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ବାଙ୍କୀ : ଶୁକ୍ରବାର ଦିନ ପୂର୍ବାହ୍ନରେ ବାଙ୍କୀ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ପଞ୍ଚାୟତ ସ୍ତରରେ ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରତାଗଡ ଗ୍ରାମପଞ୍ଚାୟତ ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନୂତନ ସରପଞ୍ଚ ଭାଗ୍ୟଲକ୍ଷ୍ମୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଠ ଅତିଥି ଭାବରେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ମାନସ କୁମାର ମହାପାତ୍ର ଯୋଗଦେଇ ଶିଶୁ ମାନଙ୍କର ମାନସିକ ଅଭିବୃଦ୍ଧି ଏବଂ ସୁରକ୍ଷିତ ଜୀବନ ଶୈଳୀ ସହିତ କିଭଳି ଭାବରେ ଗ୍ରାମାଞ୍ଚଳରେ ବାଲ୍ୟ ବିବାହ ପ୍ରଥା ବନ୍ଦ କରାଯାଇ ପାରିବ ସେଥିପାଇଁ ସବୁ ସ୍ତରରେ ଜନଜାଗରଣ ଜରୁରୀ ହୋଇଥିବା ସମ୍ପର୍କରେ ଆଲୋକପାତ କରିଥିଲେ।
ରତାଗଡ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଅଙ୍ଗନବାଡି କର୍ମୀ ବିଳାସିନୀ ରାଉତ,ପ୍ରତିମା ବେଉଆ,ମମତା ନାୟକ,ଚଞ୍ଚଳା ମହାରଣା,ସହଗାଁ ଗୋପାଳପୁର ଗ୍ରାମର ଅଙ୍ଗନବାଡି କର୍ମୀ ଶର୍ମିଷ୍ଠା ପଣ୍ଡା,ଇନ୍ଦୁମତି ବେଉଆ,ଗୀତାଞ୍ଜଳି ନାୟକ,ନୟନୀବାଳା ରାଉତ,ପ୍ରବୀଣା ପ୍ରଧାନ,ସୁଷମା ପ୍ରଧାନ ଏବଂ ରତାଗଡ ସବସେଣ୍ଟରର ଏଏନଏମ ଶୁକାନ୍ତୀ ସେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାଙ୍କ ପାଇଁ ଦିନଟିଏ ସମ୍ପର୍କରେ ଆଲୋଚନା କରି ଆଗକୁ ଏଦିଗରେ କାର୍ଯ୍ୟ କରିବାରେ ସହଯୋଗ କରିବେ ବୋଲି ପଞ୍ଚାୟତ ସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି।
ସେହିପରି କଦଳୀବାଡି ପଞ୍ଚାୟତର ନୂତନ ସରପଞ୍ଚ ଚିନ୍ମୟୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ କବିତା ରାଉତ,ଉଷାମଣି ଦେଈ,ଶଷ୍ମିତା ସାହୁ,ଆରତୀ ନାୟକ,ଜ୍ୟୋସ୍ନା ମହାରଣା,ନିବେଦିତା ପଣ୍ଡା,ବୀଣାପାଣି ସାହୁ,ଶିକ୍ଷୟିତ୍ରୀ ବାଶନ୍ତୀ ପ୍ରଧାନ,ଆଶାକର୍ମୀ ଲିଲି ରଣା,ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ସୁଜାତା ନାୟକ,କିଶୋରୀ ବାଳିକା ଇତିଶ୍ରୀ ଖଟୁଆ,କିଶୋର ବାଳକ ନିରଞ୍ଜନ ପ୍ରଧାନ,ଜୟନ୍ତ ବେଉରା,ସନ୍ଧ୍ୟାରାଣୀ ଖଟୁଆ ପ୍ରମୁଖ ଉପସ୍ଥିତ ରହି ବୈଠକରେ ନିଜର ସୁଚିନ୍ତିତ ମତାମତ ରଖିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories