www.samajalive.in
Saturday, December 6, 2025
23.1 C
Bhubaneswar

ଏଣିକି ବିଧାୟକଙ୍କୁ ମିଳିବ କେବଳ ଗୋଟିଏ କାର୍ଯ୍ୟକାଳର ଭତ୍ତା

ଚଣ୍ଡିଗଡ଼: ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ବର୍ତ୍ତମାନ ଓ ପୂର୍ବତନ ବିଧାୟକଙ୍କ ଭତ୍ତା କାଟ୍‌ କରିବାକୁ ଘୋଷଣା କରିଛନ୍ତି। ବିଧାୟକଙ୍କ ପରିବାରକୁ ଦିଆଯାଉଥିବା ଭତ୍ତା ମଧ୍ୟ କଟାଯିବ। ସେହିପରି ଏଣିକି ପଞ୍ଜାବର ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କୁ କେବଳ ଗୋଟିଏ କାର୍ଯ୍ୟକାଳ ପାଇଁ ଭତ୍ତା ମିଳିବ। ଯେତେ ଥର ଜିତିଲେ ମଧ୍ୟ ଗୋଟିଏ ଅବଧି ପାଇଁ ପେନ୍‌ସନ୍‌ ପାଇବେ ବିଧାୟକ।

ଉଲ୍ଲେଖଯୋଗ୍ୟ, ପଞ୍ଜାବର ଆର୍ଥିକ ସ୍ଥିତି ଖରାପ ଅଛି। ପଞ୍ଜାବ ସରକାରଙ୍କ ଉପରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ଋଣ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ମାନ୍ ଏନେଇ ସୂଚନା ଦେଇଥିଲେ। ସେ ରାଜ୍ୟର ଆର୍ଥିକ ଅବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇ କହିଛନ୍ତି ଯେ, ପୂର୍ବତନ ସରକାର ପଞ୍ଜାବ ଉପରେ ତିନି ଲକ୍ଷ କୋଟି ଟଙ୍କାର ଋଣ ଛାଡି ଯାଇଛନ୍ତି। ଦୁଇ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୫୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଦେବାକୁ ଭଗବନ୍ତ ମାନ୍ କେନ୍ଦ୍ର ସରକାରଙ୍କୁ ନିବେଦନ ମଧ୍ୟ କରିଛନ୍ତି।

- Advertisement -

ଛଅ ଥର ବିଧାୟକ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜିନ୍ଦର କୌର ଭଟ୍ଟଲ, ଲାଲ ସିଂହ, ସରଭନ ସିଂହ ଫିଲ୍ଲୌରଙ୍କୁ ପ୍ରତ୍ୟେକ ମାସ ୩ ଲକ୍ଷ ୨୫ ହଜାର ଟଙ୍କା ମିଳୁଛି। ରବି ଇନ୍ଦର ସିଂହ, ବଲବିନ୍ଦର ସିଂହଙ୍କୁ ପ୍ରତ୍ୟେକ ମାସ ୨ଲକ୍ଷ ୭୫ ହଜାର ଟଙ୍କା ମିଳୁଛି। ସେହିପରି ୧୦ ଥରର ବିଧାୟକଙ୍କ ପେନ୍‌ସନ୍‌ ୬ଲକ୍ଷ ୬୨ ହଜାର ପ୍ରତିସାମ। ଏବେ ସମସ୍ତ ପୂର୍ବତନ ଓ ବର୍ତ୍ତମାନର ବିଧାୟକମାନଙ୍କୁ କେବଳ ୭୫ ହଜାର ଟଙ୍କା ଭତ୍ତା ମିଳିବ। ମାନ୍‌ ସରକାର ପାଞ୍ଚ ବର୍ଷରେ ୮୦ କୋଟି ଟଙ୍କା ସଞ୍ଚୟ କରିବେ ଏବଂ ଏହି ଅର୍ଥ ଜନ କଲ୍ୟାଣ କାର୍ଯ୍ୟରେ ଖର୍ଚ୍ଚ କରାଯିବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories