www.samajalive.in
Saturday, December 6, 2025
15.1 C
Bhubaneswar

ବ୍ଲକ ସ୍ତରୀୟ ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ବାଙ୍କୀ : ବାଙ୍କୀ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପକ୍ଷରୁ ବାଙ୍କୀ ବ୍ଲକ ସ୍ତରୀୟ ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ ପୂର୍ବାହ୍ନରେ ବାଙ୍କୀ ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ସିଡିପିଓ ରୁପାଲି ମିତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ପ୍ରଦୀପ କୁମାର ଶତପଥି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ବାଙ୍କୀ ଅଞ୍ଚଳରେ ଶିଶୁର ସୁରକ୍ଷା,ବୌଦ୍ଧିକ ବିକାଶ ଏବଂ ବାଲ୍ୟ ବିବାହ ପ୍ରଥାକୁ ବନ୍ଦ କରିବା ପାଇଁ ସବୁ ସ୍ତରରେ ଜନସାଧାରଣ ସଚେତନ ହେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି।
କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ସ୍ତରରେ ଶିକ୍ଷା ବିଭାଗ,ସ୍ୱାସ୍ଥ୍ୟ ବିଭାଗ,ସମନ୍ୱିତ ଶିଶୁ ବିଭାଗ,ମିଶନ ଶକ୍ତି ବିଭାଗ,ସ୍ୱେଚ୍ଛାସେବୀ ଅନୁଷ୍ଠାନ,ଖବର ପ୍ରସାରଣ କାରୀ ସଂସ୍ଥା ଆଦି ବ୍ୟକ୍ତି ବିଶେଷଙ୍କ ସମ୍ପୂର୍ଣ୍ଣ ସହଯୋଗ ଭିତ୍ତିକ କାର୍ଯ୍ୟକ୍ରମ ହେଲେ ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ସଫଳ ହେବ ବୋଲି ଆହ୍ୱାନ ଦେଇ କାର୍ଯ୍ୟକ୍ରମର ଅନୁଚିନ୍ତା ପ୍ରଦାନ କରିଛନ୍ତି।
ବାଙ୍କୀ ମହାବିଦ୍ୟାଳୟର ଅଧ୍ୟାପକ ମନୋଜ ମହାପାତ୍ର,ମିଶନ ଶକ୍ତିର ବ୍ଲକ ସଞ୍ଜୋଜକ ଅକ୍ଷୟ କୁମାର ଭଟ୍ଟ,ସଂଘମିତ୍ରା ପ୍ରଧାନ,ସୁବର୍ଣ୍ଣପୁର ମେଡିକାଲ ପକ୍ଷରୁ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା,ବାଙ୍କୀ ବ୍ଲକ ଶିକ୍ଷାଧିକାରୀ ସନ୍ତୋଷ କୁମାର ସେଠୀ,ସାମ୍ବାଦିକ ଗୌରାଙ୍ଗ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ବାର୍ତ୍ତା ଆଲୋଚନା କରିଥିଲେ। ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର ସୁପରଭାଇଜର ବବିତା ବେହେରା,ସଞ୍ଜୁକ୍ତା ମାଲଗାଜି,ଅର୍ଣ୍ଣପୂର୍ଣ୍ଣା ପ୍ରଧାନ,ପ୍ରମୋଦିନୀ ପାଢୀ,ବ୍ଲକ ପ୍ରକଳ୍ପ ସଞ୍ଜୋଜିକା ଲିଲି ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବ୍ଲକ ସ୍ତରୀୟ ମହାସଂଘର ସଭାପତି ମଞ୍ଜୁଲତା ସୁଆର,ଗ୍ରାମପଞ୍ଚାୟତ ଅଧିକାରୀ କୁମର ପ୍ରଧାନ ଏବଂ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟଲକ୍ଷ୍ମୀ ପରିଡା ପ୍ରମୁଖ ଅନ୍ୟତମ ଅତିଥି ଭାବରେ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories