କଲକାତା : ପଶ୍ଚିମବଙ୍ଗର ବୀରଭୂମର ହୋଇଥିବା ହିଂସା ଘଟଣାର ହେବ ସିବିଆଇ ତଦନ୍ତ (କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ)। ରାମପୁର ହାଟ ହିଂସା ଘଟଣାର ତଦନ୍ତ ପାଇଁ ସିବିଆଇକୁ ଏନେଇ ଆଜି କଲକାତା ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏପିଲ ୭ ସୁଦ୍ଧା ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜନୈତିକ ହିଂସାରୁ ବୀରଭୂମରେ ୮ ଜଣଙ୍କୁ ହତ୍ୟା କରାଯାଇଥିଲା। ୮ ଜଣଙ୍କୁ ଏକ ଘରେ ପୁରାଇ କିଛି ଦୁର୍ବୃତ୍ତ ଜିଅନ୍ତା ଜାଳି ଦେଇଥିଲେ।
ସୂଚନାନୁଯାୟୀ, ମାର୍ଚ୍ଚ ୨୨ରେ ଘରେ ନିଆଁ ଲଗାଇ ପଶ୍ଚିମବଙ୍ଗର ବୀରଭୂମର ରାମପୁରହାଟ ଅନ୍ତର୍ଗତ ବୋଗତୁଇ ଗ୍ରାମରେ ୮ ଜଣ ଲୋକଙ୍କୁ ଜିଅନ୍ତା ପୋଡି ଦିଆଯାଇଥିଲା। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୨ ଜଣ ଶିଶୁ ମଧ୍ୟ ଥିଲେ। ଏହାସହ ଏହି ଘଟଣାର ଦିନକ ପୂର୍ବରୁ ଜଣେ ତୃଣମୂଳ କଂଗ୍ରେସର ନେତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଏହି ଲୋମଟାଙ୍କୁରା ଘଟଣା ପରେ ସ୍ଥାନୀୟ ଲୋକେ ଗାଁ ଛାଡି ପଳାଇଥିବା ମଧ୍ୟ ଖବର ମିଳିଥିଲା। ଏହି ଘଟଣାରେ ଏଯାଏଁ ୨୦ ଜଣଙ୍କୁ ଗିରଫ କରାଯାଇଛି।
ପଶ୍ଚିମବଙ୍ଗର ବୀରଭୂମ ହିଂସାର ହେବ ସିବିଆଇ ତଦନ୍ତ – କଲକାତା ହାଇକୋର୍ଟ
Popular Categories



