ଗଞ୍ଜାମ :ଗୁଳି ଫୁଟି ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବ୍ କୁମାର ଗମାଙ୍ଗ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଆସିକାରେ। ଆସିକା ଡାକ୍ତରଖାନାରେ ଆଇଆଇସିଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏନେଇ ଗଞ୍ଜାମ ଏସପିଙ୍କ ପକ୍ଷରୁ ସୂଚନା ମିଳିଛି। ଶରୀର କେଉଁ ସ୍ଥାନରେ ଓ କିପରି ଗୁଳି ବାଜିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
Popular Categories



