ଏନଏସି ନିର୍ବାଚନ: ୧୭ ପ୍ରାର୍ଥିପତ୍ର ଦାଖଲ, ୭୨ନାମାଙ୍କନ ପତ୍ର ବିକ୍ରୀ

ବାଙ୍କୀ: ଏନଏସି ନିର୍ବାଚନ ନିମନ୍ତେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରୀୟା ଚାଲୁରହିଛି। ରବିବାର ଅପରାହ୍ନ ୩ଟା ମଧ୍ୟରେ ସର୍ବମୋଟ ୭୨ଟି ନାମାଙ୍କନ ପତ୍ର କିଣାଯାଇଥିବା ବେଳେ ଆଜି ସୁଦ୍ଧା ୧୭ଜଣ ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ ୱାର୍ଡ କାଉନସିଲର ନିମନ୍ତେ ୧୩ଜଣ କଂଗ୍ରେସ ଦଳରୁ ପ୍ରାର୍ଥିପତ୍ର ଦାଖଲ କରିଥିଲା ବେଳେ ୩ଜଣ ସ୍ୱାଧୀନ ପ୍ରାର୍ଥି ଏବଂ ଜଣେ ବିଜେପି ଦଳର ପ୍ରାର୍ଥି ରହିଛନ୍ତି।

prayash

ସୂଚନା ଅନୁଯାୟୀ, ପ୍ରାର୍ଥିଙ୍କ ମଧ୍ୟରୁ ଜଣେ ସ୍ୱାଧୀନ ପ୍ରାର୍ଥି ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ପାଇଁ ଗୋଟିଏ ଦିନ ବାକି ଥିଲା ବେଳେ ବିଜୁ ଜନତା ଦଳର ଜଣେ ହେଲେ ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିନଥିବା ଜଣାପଡିଛି। ସୋମବାର ଦିନ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ହୋଇଥିବାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରୀୟା ବଢିବ ବୋଲି ଜଣାପଡିଛି। ବାଙ୍କୀ ଏନଏସିରେ ଚଳିତବର୍ଷ ୧୭ଟି ଓାର୍ଡର ୧୮ଗୋଟି କେନ୍ଦ୍ରରେ ମୋଟ ୧୪ହଜାର ୭୫ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ। ମାର୍ଚ୍ଚ ୨୪ତାରିଖରେ ଏନଏସି ନିର୍ବାଚନ ଅନୁଷ୍ଠିତ ହେବ।

kalyan agarbati

Comments are closed.