ବାଙ୍କୀ ମହୋତ୍ସବ ନିମନ୍ତେ ସରଣ୍ଡାଗଡ ଜୋନ ସ୍ତରୀୟ ପ୍ରତିଯୋଗିତା ଓ ସାରସ୍ୱତ ସମ୍ବର୍ଦ୍ଧନା

ବାଙ୍କୀ :  ବାଙ୍କୀ ମହୋତ୍ସବ କମିଟି ଆନୁକୂଲ୍ୟରେ ଶନିବାର ସ୍ଥାନୀୟ ଅଂଶୁପା କନିଷ୍ଠ ମହାବିଦ୍ୟାଳୟ ପରିସରରେ ସରଣ୍ଡାଗଡ ଜୋନ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟି ସମ୍ପାଦକ ଭରତ ଚନ୍ଦ୍ର ବେହେରାଙ୍କ ପରିଚାଳନାରେ ପ୍ରତିଯୋଗିତାର ବକ୍ତୃତା ବିଭାଗରେ ଉତ୍ତରକୂଲାଟ ବିଦ୍ୟାପୀଠର ଛାତ୍ରୀ ଅଭିଲିପ୍ସା ସୁଆର,ସରଣ୍ଡା ବିଦ୍ୟାପୀଠର ଛାତ୍ର ପ୍ରତୀକ ରାଉତ, ସଂଗୀତ ପ୍ରତିଯୋଗିତାରେ ଓସ୍ତିଆ ପଞ୍ଚାୟତ ହାଇସ୍କୁଲର ଛାତ୍ରୀ ଅଭିଲିପ୍ସା ବେହେରା, ଶ୍ରୀ ଜଗନ୍ନାଥ ସରକାରୀ ହାଇସ୍କୁଲର ଛାତ୍ରୀ ଲିନୁ ସାହୁ, ଉତ୍ତର କୂଲାଟ ବିଦ୍ୟାପୀଠର ଛାତ୍ର ଆଦର୍ଶରାଜ ନାୟକ, ବାଉଁଶପୁଟ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ବର୍ଷାରାଣୀ ଗଣ୍ଠିଆ, ସରଣ୍ଡା ବିଦ୍ୟାପୀଠର ଛାତ୍ରୀ ଶ୍ରଦ୍ଧାଞ୍ଜଳି ପୁହାଣ ବିଜୟୀ ହୋଇଛନ୍ତି । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ଜଗନ୍ନାଥ ସରକାରୀ ହାଇସ୍କୁଲର ଛାତ୍ରୀ ସ୍ମୃତି ପ୍ରିୟଦର୍ଶିନୀ ଜେନା, ସରଣ୍ଡା ବିଦ୍ୟାପୀଠର ଛାତ୍ରୀ ଜୟଶ୍ରୀ ବେହେରା, ଉତ୍ତରକୂଲାଟ ବିଦ୍ୟାପୀଠର ଛାତ୍ରୀ ଲକ୍ଷ୍ମୀପ୍ରିୟା ଦାସ ଏବଂ ପ୍ରବନ୍ଧ ବିଭାଗରେ ରୋସ୍ନି ନନ୍ଦ ପ୍ରମୁଖ କୃତକାର୍ଯ୍ୟ ହୋଇ ଚୂଡାନ୍ତ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି ।

prayash

ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରାଙ୍କ ସଂଯୋଜନାରେ ପ୍ରମାଣପତ୍ର ବଣ୍ଟନ ଓ ସରସ୍ୱତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ବାଙ୍କୀ ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ଡଃ. ଗଣେଶ୍ୱର ସ୍ୱାଇଁ ମୁଖ୍ୟ ଅତିଥି, ଜିଲ୍ଲାପରିଷଦ ସଦସ୍ୟ ରଶ୍ମିରେଖା ପଣ୍ଡା, ଉପସଭାପତି ଗତିକୃଷ୍ଣ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ନାୟକ, ଚନ୍ଦ୍ରମଣି ସାହୁ, ପ୍ରମୋଦ କୁମାର ବିଶୋଇ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବାଙ୍କୀ ମହୋତ୍ସବ-୨୦୨୨ ବାଙ୍କୀର କଳା, ସାହିତ୍ୟ, ସଂସ୍କୃତି, ଲୋକକଳା ଓ ଲୁକ୍କାୟିତ ପ୍ରତିଭା ମାନଙ୍କର ପରିଚୟ ସୃଷ୍ଟି କରି ଯଥା ସମ୍ମାନ ଜଣାଇବାରେ ଏକ ବଳିଷ୍ଟ ମଞ୍ଚ ବୋଲି ପ୍ରକାଶ କରିଥିଲେ।  ସରଣ୍ଡାଗଡ ଅଞ୍ଚଳର ସମୃଦ୍ଧ ସଂସ୍କୃତି ପରିପ୍ରକାଶରେ ସହଯୋଗୀ ହୋଇଥିବା କଳାକାର, ପାଲା ଗାୟକ ,ମହିଳା ଭାଗବତ, ସଂକୀର୍ତ୍ତନ ଗାୟକ, ସମାଜସେବୀ, ଆଦର୍ଶ କୃଷକ ଓ ବରିଷ୍ଠ ନାଗରିକଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବେଣୁଧର ଦାସ, ତରୁଣ କୁମାର ମହାପାତ୍ର, ସମରେନ୍ଦ୍ର ସାମଲ, ସଦାଶିବ ଦାସ, ମାନଭଞ୍ଜନ ଦଳେଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବରେ ପ୍ରଦୀପ କୁମାର ସାହୁ, ସୁଭଶ୍ରୀ ପଟ୍ଟନାୟକ, ମମତା ଶତପଥି, ପଙ୍କଜ ଲୋଚନ ଗୋଚ୍ଛୀ, ବିଶ୍ୱଜିତ୍ ମନ୍ତ୍ରୀ, ପୁଷ୍ପଲତା ରାଉତ, ସଦାଶିବ ଦାସ, ସୋନି ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.