www.samajalive.in
Sunday, December 7, 2025
23.1 C
Bhubaneswar

ବାଙ୍କୀ ୩୫ନଂ ଜୋନରେ ୩ ପ୍ରମୁଖ ଦଳର ପ୍ରତିଦ୍ୱନ୍ଦିତା

ବାଙ୍କୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବାଙ୍କୀ ବ୍ଲକରେ ଫେବୃୟାରୀ ୨୪ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଗ୍ରାମାଞ୍ଚଳରେ ବିଭିନ୍ନ ଦଳର ଜିଲ୍ଲାପରିଷଦ ପ୍ରାର୍ଥୀମାନେ ନିଜର ପ୍ରଚାର କାର୍ଯ୍ୟ ଜାରି ରଖି ନିଜ ସପକ୍ଷରେ ଭୋଟରଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ଗତ ୨୦୧୭ନିର୍ବାଚନରେ ଏହି ୩୫ନଂ ଜୋନରୁ ବିଜେଡିର ଜିଲ୍ଲାପରିଷଦ ପ୍ରାର୍ଥୀ ଭାବରେ ଅନିତା ସ୍ୱାଇଁ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଅବନ୍ତି ପରିଡାଙ୍କୁ ହରାଇ ବିଜୟଲାଭ କରିଥିଲେ। ଚଳିତ ବର୍ଷ ଏହି ଜୋନରେ ବିଜେଡି ପକ୍ଷରୁ ସଞ୍ଜୟ କୁମାର ପାତ୍ର, କଂଗ୍ରେସରୁ ରମେଶ ସେନାପତି ଏବଂ ବିଜେପି ପକ୍ଷରୁ ରବୀନ୍ଦ୍ର କୁମାର ସାହୁ ପ୍ରତିଦ୍ୱନ୍ଦିତା ଲଢୁଛନ୍ତି।

ସୂଚନା ଅନୁଯାୟୀ, ପଞ୍ଚାୟତର ୧୭ଟି ୱାର୍ଡରେ ୨୧୩୦ପୁରୁଷ ଓ ୧୮୮୯ମହିଳା, କିଆପଲ୍ଲା ପଞ୍ଚାୟତର ୧୬ଟି ୱାର୍ଡରେ ୨୪୧୨ପୁରୁଷ ଓ ୨୧୧୫ମହିଳା, ବରପୁଟ ପଞ୍ଚାୟତର ୨୧ଟି ୱାର୍ଡରେ ୩୫୨୩ ପୁରୁଷ ଓ ୩୧୨୩ମହିଳା, ବ୍ରହ୍ମପୁରା ପଞ୍ଚାୟତର ୧୬ଟି ୱାର୍ଡରେ ୨୯୪୮ପୁରୁଷ ଓ ୨୭୨୩ମହିଳା, ଗୋଳାଗଣ୍ଡ ପଞ୍ଚାୟତର ୧୫ଟି ୱାର୍ଡରେ ୨୧୨୨ ପୁରୁଷ ଓ ୧୭୬୧ମହିଳା ଏବଂ ପୁଇଁଚା ପଞ୍ଚାୟତର ୨୦ଟି ୱାର୍ଡରେ ୩୫୫୭ପୁରୁଷ ଓ ୩୨୦୪ମହିଳା ଭୋଟର କରି ୧୦୫ଟି ୱାର୍ଡରେ ସର୍ବମୋଟ ୩୧ହଜାର ୫୦୮ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରି ପ୍ରାର୍ଥୀ ଚୟନ କରିବେ। ୩୫ନଂ ଜୋନର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରାର୍ଥୀମାନେ କାର୍ଯ୍ୟ କରିବେ ବୋଲି ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ଗତ ନିର୍ବାଚନ ପରି ଚଳିତ ନିର୍ବାଚନରେ ୩୫ନଂ ଜୋନ ବିଜେଡି ହାତକୁ ଆସିବ ବୋଲି ଅଞ୍ଚଳର ପୁରୁଖା ରାଜନିତୀଜ୍ଞ ମାନେ ଚର୍ଚ୍ଚା କରୁଛନ୍ତି। ଦଳକୁ ଜିତାଇବା ପାଇଁ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଏବଂ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଜୋନରେ ତୀକ୍ଷ୍‌ଣ ଦୃଷ୍ଟି ରଖିବା ସହିତ ପୁରୁଖା କର୍ମୀମାନଙ୍କ ସହ ଦୃଷ୍ଟି ରଖିବା ପାଇଁ ଆଲୋଚନା କରୁଥିବା ଜଣାପଡିଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories