www.samajalive.in
Saturday, December 13, 2025
26.1 C
Bhubaneswar

ବେରୋଜଗାର ସ୍ୱାମୀଙ୍କୁ ଭରଣପୋଷଣ ଦେବେ ପତ୍ନୀ: ମାସକୁ ଦେବ. . .

ମୁମ୍ବଇ: ଛାଡ଼ପତ୍ର ନେଇ ସ୍ୱାମୀଙ୍କୁ ଭରଣପୋଷଣ ଦେବେ ସ୍ତ୍ରୀ। ମାସିକ ୧୦ହଜାର ଟଙ୍କା ଲେଖାଏଁ ସ୍ୱାମୀଙ୍କୁ ଦେବେ ସ୍ତ୍ରୀ। ନିମ୍ନ ଅଦାଲତ ଦେଇଥିବା ଏଭଳି ରାୟକୁ ସମର୍ଥନ କରିଛନ୍ତି ବମ୍ବେ ହାଇକୋର୍ଟ। ସୂଚନା ଅନୁସାରେ ୨୦୧୬ରେ ପରସ୍ପରଠାରୁ ଛାଡପତ୍ର ନେବାକୁ ଆବେଦନ କରିଥିଲେ ସ୍ୱାମୀ-ସ୍ତ୍ରୀ। ଛାଡ଼ପତ୍ର ପରେ ସ୍ୱାମୀ-ସ୍ତ୍ରୀ ପରସ୍ପରଠାରୁ ଭରଣପୋଷଣ ପାଇଁ ଏକ ମାମଲା ରୁଜୁ କରିଥିଲେ। ହେଲେ ନିମ୍ନ ଅଦାଲତ ପତ୍ନୀଙ୍କ ଆବେଦନକୁ ଖାରଜ କରିବା ସହ ସ୍ୱାମୀଙ୍କ ଆବେଦନକୁ ଅନୁମତି ପ୍ରଦାନ କରିଥିଲେ। ମାସକୁ ୧୦,୦୦୦ ଲେଖାଏଁ ପରସ୍ପରକୁ ଦେବାକୁ ଆବେଦନ କରିଥିଲେ।
ଏବେ ନିମ୍ନ ଅଦାଲତଙ୍କ ଏହି ରାୟକୁ କାଏମ ରଖିଛନ୍ତି ବମ୍ବେ ହାଇକୋର୍ଟ। ନିମ୍ନ ଅଦଲତଙ୍କ ରାୟକୁ ସମର୍ଥନ କରି ହାଇକୋର୍ଟ ବିରୋଜଗାର ସ୍ୱାମୀଙ୍କୁ ମାସକୁ ୧୦,୦୦୦ ଟଙ୍କା ଦେବାକୁ ପତ୍ନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତି ପାରିବାରିକ ଆଇନକୁ ଚ୍ୟାଲେଞ୍ଜ କରିଛି। ଯେଉଁଠାରେ ସ୍ୱାମୀଙ୍କୁ ସାଧାରଣତଃ ପତ୍ନୀଙ୍କୁ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଏ। ମହିଳାଙ୍କ ସ୍ୱାମୀ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ଅଛନ୍ତି। ଏଥିପାଇଁ ମାସିକ ୧୦,୦୦୦ ଲେଖାଏଁ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।

ଗ୍ରୀଷ୍ମପ୍ରବାହ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ


କୋର୍ଟଙ୍କ କହିବା ମୁତାବକ ପାରିବାରିକ ବିବାଦରେ ଯଦି ସ୍ୱାମୀ-ସ୍ତ୍ରୀ ପରସ୍ପରଠାରୁ ଅଲଗା ହୋଇଥାନ୍ତି। ତେବେ ଉଭୟଙ୍କ ମଧ୍ୟରେ ଭରଣପୋଷଣ ପାଇଁ କେହି ଜଣେ ଅସମର୍ଥ ହେଲେ ଅନ୍ୟ ଜଣଙ୍କ ତାଙ୍କୁ ଭରଣପୋଷଣ ଦେବାକୁ ଦାବି କରିପାରିବେ। ୨୦୨୦ ମାର୍ଚ୍ଚ ୧୩ରେ ନିମ୍ନ ଅଦାଲତ ଦେଇଥିବା ଏହି ରାୟକୁ ଚ୍ୟାଲେଞ୍ଜ କରି ମହିଳାଙ୍କ ଜଣଙ୍କ ହାକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ମହିଳାଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି। କାରଣ ମହିଳା ଜଣଙ୍କ ବ୍ୟାଙ୍କରେ ମ୍ୟାନେଜର ପୋଷ୍ଟରେ ଚାକିରି କରି ଭଲ ରୋଜଗାର କରୁଥିବା ଜଣାପଡିଥିଲା। ହେଲେ ଆବେଦନରେ ମହିଳା ଦର୍ଶାଇଥିଲେ ଯେ ୨୦୧୯ରେ ସେ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହାସହିତ ଘର ପାଇଁ ଋଣ ନେବା ସହିତ ନିଜ ପିଲାର ଦାୟିତ୍ୱ ବୁଝୁଥିଲେ ମହିଳା। ଏସବୁ ଖର୍ଚ୍ଚ ପାଇଁ ମହିଳା ଜଣଙ୍କ କୌଣସି ଉପାୟରେ ରୋଜଗାର କରୁଥିବା ସୂଚନା ମିଳିବା ପରେ କୋର୍ଟ ଏହି ରାୟ ଶୁଣାଇଥିଲେ।

ଗହମ କ୍ଷେତରେ ହେମାମାଳିନୀ: ହାତରେ ଧରିଲେ ଦାଆ ତା’ପରେ. . .

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories