www.samajalive.in
Tuesday, December 9, 2025
16.1 C
Bhubaneswar

ଗ୍ରୀଷ୍ମପ୍ରବାହ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଏପ୍ରିଲରୁ ଜୁନ୍‌‌ ମାସ ମଧ୍ୟରେ ପ୍ରବଳ ଗ୍ରାଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ କେନ୍ଦ୍ର ସମୀକ୍ଷା ବୈଠକ କରାଯାଇଛି। ସାରା ଦେଶରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତୁତି ବୈଠକର ସମୀକ୍ଷା କରିଛନ୍ତି। ବୈଠକରେ ହିଟ୍‌‌ୱେବ ମୁକାବିଲା ନେଇ ଆଲୋଚନା ହେବା ପରେ ହସ୍ପିଟାଲ ମାନଙ୍କରେ ଅତ୍ୟାବଶ୍ୟକ ଔଷଧ, ତରଳ ପଦାର୍ଥ, ବରଫ ପ୍ୟାକ୍ସ, ଓଆରଏସ ଏବଂ ପାନୀୟ ଜଳ ଆଦି ମହଜୁଦ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହ ସହ ଅଂଶୁଘାତର ମୁକାବିଲା ନେଇ ବୈଠକରେ ଆଲୋଚନା ହୋଇଛି। ରାଜ୍ୟରୁ ଜିଲ୍ଲା ସ୍ତରରେ ସମନ୍ୱୟ ରକ୍ଷା କରି ଖରାତାତିରୁ ମୁକାବିଲା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ମୋଦୀ। ହସ୍ପିଟାଲରେ ସମସ୍ତ ପ୍ରକାର ପ୍ରସ୍ତୁତି ରହିବା ସହିତ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ଜଙ୍ଗଲରେ ଯଦି କେୁଁଠଇ ନିଆଁ ଲାଗୁଛି ତେବେ ତୁରନ୍ତ ତାକୁ ଲିଭାଇବା ଓ ଜଙ୍ଗଲ ନିଆଁ ଶୀଘ୍ର ଚିହ୍ନଟ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଗୃହ ସଚିବ, ଆଇଏମଡି ବିଭାଗର ଅଧିକାରୀ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories