www.samajalive.in
Sunday, December 7, 2025
26.1 C
Bhubaneswar

ଆଜିଠୁ ଗ୍ରାହକ ସେବା ୧୦ଟାରୁ ୨ଟା : କରୋନା ପାଇଁ ବଦଳିଲା ବ୍ୟାଙ୍କ ନିୟମ

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀର ଦ୍ବିତୀୟ ଲହର ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ବ୍ୟାଙ୍କ ଗୁଡିକ ସେମାନଙ୍କ ଗ୍ରହକ ସେବାରେ ସମୟରେ ପରିବର୍ତ୍ତନ କରିଛନ୍ତି। ଗତ ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦେଶକ୍ରମେ ଆଜିଠାରୁ ବ୍ୟାଙ୍କ ଗୁଡିକ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗ୍ରାହକ ସେବା ଯୋଗାଇବେ। ରାଜ୍ୟସ୍ତରୀୟ ବ୍ୟାଙ୍କସମୂହ ବୈଠକ ଏହି ନିଷ୍ପତ୍ତି ନେଇଥିବା ଆବାହକ ଅରୂପାନନ୍ଦ ଜେନା ଦର୍ଶାଇଛନ୍ତି। ଏ ସଂକ୍ରାନ୍ତରେ ଏକ ନିର୍ଦେଶନାମା ସବୁ ବ୍ୟାଙ୍କ ମହାପ୍ରବନ୍ଧକଙ୍କୁ ଆଜି ପ୍ରଦାନ କରାଯାଇଛି।
ଦ୍ବିତୀୟ ଲହର ଅତ୍ୟନ୍ତ ସାଂଘାତିକ ଥିବାରୁ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଏବେ ସଂକ୍ରମିତ ହେଲେଣି। ଏସବୁ ସତ୍ତ୍ବେ ଗ୍ରାହକମାନେ କିଭଳି ନିରାଶ ନ ହେବେ ତାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ବ୍ୟାଙ୍କିଙ୍ଗ ସେବା ୧୦ଟାରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବ ହେଲେ ଗ୍ରାହକ ସେବା ୨ଟା ପର୍ଯ୍ୟନ୍ତ ମିଳିବ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏବେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଚାଲିବ, ହେଲେ ଯେଉଁଠାରେ କମ୍ ସଂଖ୍ୟକ କର୍ମଚାରୀ ଥିବେ ସେଠାରେ ଅତି କମରେ ୫ଜଣ କର୍ମଚାରୀ ରହିବାକୁ ପଡ଼ିବ। ବ୍ୟାଙ୍କ ସମୟରେ ସମସ୍ତେ ଯେପରି ତୁଣ୍ଡି (ମାସ୍କ) ଭିଡ଼ନ୍ତି ଏବଂ ସାମାଜିକ ଦୂରତା ବଜାୟ ରଖିବା ସହିତ କରୋନା ମାର୍ଗଦର୍ଶିକା ପାଳନ କରନ୍ତି ତାକୁ ଗୁୁରୁତ୍ବ ଦେବାକୁ ହେବ। ଆଗାମୀ ଦିନରେ ଗ୍ରାହକମାନେ ଯେପରି ଟଙ୍କା ପଇଠ କରିବା ସହିତ ଉଠାଣ ଓ ପଠାଇ ପାରିବେ ସେଥିପ୍ରତି ଗୁରୁତ୍ବ ଦେବାକୁ ପଡ଼ିବ। ଏହାସହିତ ସରକାରୀ ବେପାରକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ। ଏହି କରୋନା କାଳରେ ଗର୍ଭବତୀ ଓ ଭିନ୍ନକ୍ଷମ କର୍ମଚାରୀମାନେ ଘରୁ ରହି କାର୍ଯ୍ୟ କରିପାରିବେ। ଗ୍ରାହକମାନେ ବାସ୍ତବିକ କ୍ଷେତ୍ରରେ ବ୍ୟାଙ୍କକୁ ନ ଆସି ଅନଲାଇନ ସେବାକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି। କରୋନା ପାଇଁ ସବୁ ବ୍ୟାଙ୍କରେ ଗ୍ରାହକଙ୍କ ଲାଗି ୨୪ ଘଣ୍ଟିଆ ଦୂରଭାଷ କେନ୍ଦ୍ର ଖୋଲା ରହିବ। ବ୍ୟାଙ୍କ କର୍ମଚାରୀମାନେ ଯେପରି ସମସ୍ତେ ଟିକା ନେବେ ସେଥିପ୍ରତି ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories