www.samajalive.in
Saturday, December 6, 2025
15.1 C
Bhubaneswar

ଜୁଆ ପାଇଁ ୮୪  ଲକ୍ଷ ଟଙ୍କାର ଖୁଚୁରା ଚୋରି କଲେ ବ୍ୟାଙ୍କ ଅଧିକାରୀ

କଲକାତା .-  ପଶ୍ଚିମବଙ୍ଗର ଷ୍ଟେଟ୍‌ ବ୍ୟାଙ୍କର ଏକ ଶାଖାରେ ବରିଷ୍ଠ ସହକାରୀ ପ୍ରବନ୍ଧକ ଭାବେ କାମ କରୁଥିବା ତାରକ ଜୟଓ୍ୱାଲ ନାମକ ଅଧିକାରୀ  ୮୪ ଲକ୍ଷ ଟଙ୍କାର ଖୁଚୁରା ମୁଦ୍ରା ଚୋରି କରିଥିବା ଅଭଯୋଗ ହୋଇଛି ।   ଜୁଆ ଖେଳିବା ସହ ପ୍ରତିଦିନ ଲଟେରୀ କିଣିବା ପାଇଁ ସେ ଗତ ୧୭ ମାସ ମଧ୍ୟରେ ଅନେକ ଥର ବ୍ୟାଙ୍କରୁ ଖୁଚୁରା ଚୋରି କରି ନେଇଥିଲେ ।

ବ୍ୟାଙ୍କର ବାର୍ଷିକ ଅଡିଟ୍‌ ସମୟରେ ଏହି ଚୋରି ବିଷୟରେ ଜଣା ପଡିଥିଲା ।

- Advertisement -

ଜୟସ୍ୱାଲ ଗତ ୭ ବର୍ଷ ଧରି ବ୍ୟାଙ୍କରେ ଚାକିରି କରୁଛନ୍ତି । ତାଙ୍କୁ ଏବେ ତାଙ୍କୁ ୩୫ ବର୍ଷ ଗତ ୧୭ ମାସ ମଧ୍ୟରେ ସେ ପଶ୍ଚିମବଙ୍ଗର ପୂର୍ବ ବ୍ରୁଦଓ୍ୱାନ ଜିଲାରେ କାମ କରୁଥିଲେ । ପ୍ରତିଦିନ ସେ ୨ ହଜାରଟି ୧୦ ଟଙ୍କିଆ ମୁ୍ଦ୍ରା(କଏନ୍‌) ବ୍ୟାଙ୍କରୁ ନେଇ ଯାଉଥିଲେ ମାସକୁ ୨୫ ଦିନ ମଧ୍ୟରେ ସେ ୫୦ ହଜାରଟି  ୧୦ ଟଙ୍କିଆ ମୁଦ୍ରା ବ୍ୟାଙ୍କରୁ ଚୋରି କରୁଥିଲେ ।  ଜୟସ୍ୱାଲ ଟଙ୍କା ରଖିବା ଦାୟିତ୍ୱରେ ଥିଲେ  ଅଡିଟ୍‌ ସମୟରେ କାହାରିକୁ କିଛି ନ ଜଣାଇ ଛୁ ନ ନେଇ ଜୟସ୍ୱାଲ ରହିଯାଇଥିଲେ ।

ଅଡିଟ୍‌ ସମୟରେ ଏ ବିଷୟରେ ଜଣା ପଡିବା ପରେ ଜୟସ୍ୱାଲ ଚୋରି ବିଷୟରେ ମାନି ନ ଥିଲେ ।  ପରେ ଥାନାରେ ମାମଲା ରୁଜୁ ହେବାରୁ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପୁଲିସ ପଚରା ଉଚରା କରିବାରୁ ଜୟସ୍ୱାଲ ଚୋରି ବିଷୟରେ ମାନିଯାଇଥିଲେ । ପୁଲୁସ ତାଙ୍କୁ ଗିରଫ କରିବା ପରେ ଅଦାଲତରେ ହାଜରି କରିବା ସହ  ରିମାଣ୍ଡରେ ନେଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories