www.samajalive.in
Sunday, December 7, 2025
14.1 C
Bhubaneswar

କଂଗ୍ରେସକୁ ଅଚଳ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନାବଦ୍ଧ ପ୍ରୟାସ – ସୋନିଆ

ଡେସ୍କ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଦୁର୍ବଳ ଆର୍ଥିକ ସ୍ଥିତି ଉପରେ ଆଲୋକପାତ କରି କଂଗ୍ରେସର ଶୀର୍ଷ ନେତୃବୃନ୍ଦ ଗୁରୁବାର ଏହାର ଫ୍ରିଜ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ତୁରନ୍ତ ସଚଳ କରିବାକୁ ଦାବି କରିଥିବା ବେଳେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳକୁ ଦୁର୍ବଳ କରିବା ପାଇଁ ଯୋଜନାବଦ୍ଧ ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି।

‘ମୋଦି ପରିବାର’ ଓ ‘ମୋଦି କି ଗ୍ୟାରେଣ୍ଟି’ ବିଜ୍ଞାପନ ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

- Advertisement -

ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ସୋନିଆ ଗାନ୍ଧୀ କହିଛନ୍ତି ଯେ ଗୋଟିଏ ପଟେ ନିର୍ବାଚନୀ ବଣ୍ଡ ବିଜେପିକୁ ବହୁତ ଫାଇଦା ଦେଇଛି ଏବଂ ଅନ୍ୟପଟେ ମୁଖ୍ୟ ବିରୋଧୀ ଦଳର ଆର୍ଥିକ ସ୍ଥିତି ଉପରେ ଦୃଢ଼ ଆକ୍ରମଣ ହେଉଛି। ଏହା ପ୍ରକୃତରେ ଅଭୂତପୂର୍ବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଦଳର ଆକାଉଣ୍ଟ ସିଜ୍ କରିବା ପଦକ୍ଷେପ କେବଳ କଂଗ୍ରେସ ନୁହେଁ ବରଂ ଭାରତର ଗଣତନ୍ତ୍ରକୁ ପ୍ରଭାବିତ କରିଛି ବୋଲି ନେତାମାନେ କହିଛନ୍ତି।

ନିର୍ବାଚନ କମିଶନଙ୍କୁ ନିର୍ବାଚନୀ ବଣ୍ଡର ସମସ୍ତ ତଥ୍ୟ ପ୍ରଦାନ କଲା ଷ୍ଟେଟ ବ୍ୟାଙ୍କ

ଆମେ କୌଣସି ପ୍ରଚାର କାର୍ଯ୍ୟ କରିପାରିବୁ ନାହିଁ। ଆୟକର ରିଟର୍ଣ୍ଣ ପ୍ରସଙ୍ଗରେ ଦଳର ଆକାଉଣ୍ଟ ଫ୍ରିଜ୍ ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ନିର୍ବାଚନ ଲଢ଼ିବାର ଆମର ସାମର୍ଥ୍ୟ ନଷ୍ଟ ହୋଇଯାଇଛି। ଆମର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି। ଆମେ କୌଣସି ପ୍ରଚାର କାର୍ଯ୍ୟ କରିପାରିବୁ ନାହିଁ, ଆମେ ଆମର କର୍ମୀମାନଙ୍କୁ ସମର୍ଥନ କରିପାରିବୁ ନାହିଁ, ଆମେ ଆମ ପ୍ରାର୍ଥୀଙ୍କୁ ସମର୍ଥନ କରିପାରିବୁ ନାହିଁ, ଆମ ନେତାମାନେ ଦେଶର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଯାଇପାରିବେ ନାହିଁ । ସେମାନେ ରେଳବାଇ କି ଟ୍ରେନରେ ଯାତ୍ରା କରିପାରିବେ ନାହିଁ ଏବଂ ଏହା ନିର୍ବାଚନ ପ୍ରଚାରର ଦୁଇ ମାସ ପୂର୍ବରୁ ହୋଇଛି।

କେଜ୍ରିଓ୍ଵାଲଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଛି ବିଜେପି: ଆତିଶୀ

ସୂଚନା ଅନୁଯାୟୀ, ଦଳର ୧୧ଟି ଆକାଉଣ୍ଟ ମଧ୍ୟରୁ ୮ଟି ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି। ରାହୁଲ କହିଛନ୍ତି, ଆମେ ଏକ ମାସ ହରାଇସାରିଛୁ। ଆମେ ବିଜ୍ଞାପନ ପାଇଁ ସ୍ଲଟ୍ ପାଇପାରୁନାହୁଁ, ଖବରକାଗଜରେ ବିଜ୍ଞାପନ ଦେଇପାରୁନାହୁଁ, ତେଣୁ ଏହା କ’ଣ ଗଣତନ୍ତ୍ର। ନିର୍ବାଚନରେ ଆମକୁ ପଙ୍ଗୁ କରିବା ପାଇଁ ଯୋଜନା ହୋଇଛି। ଏହା କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବା ନୁହେଁ, ଏହା ଭାରତୀୟ ଗଣତନ୍ତ୍ରର ଫ୍ରିଜ୍ ବୋଲି ସେ କହିଛନ୍ତି।

କୋଲକାତା କୋଠା ଭୁଶୁଡିବା ଘଟଣା: ବିସ୍ଥାପିତଙ୍କୁ ଥଇଥାନ କର – ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଖାର୍ଗେ ଦେଶର ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ନିବେଦନ କରିଛନ୍ତି ଯେ ଯଦି ସେମାନେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଚାହୁଁଛନ୍ତି ତେବେ ସେମାନେ ତାଙ୍କ ଦଳକୁ ବିନା କୌଣସି ପ୍ରତିବନ୍ଧକରେ ବ୍ୟାଙ୍କ ଆକାଉଣ୍ଟରେ ପ୍ରବେଶ କରିବାକୁ ଅନୁମତି ଦିଅନ୍ତୁ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories