www.samajalive.in
Saturday, December 6, 2025
15.1 C
Bhubaneswar

ଇଦ୍‌ରେ ବ୍ୟାଙ୍କ, ଆୟକର ଓ ବୀମା କାର୍ଯ୍ୟାଳୟ ଖୋଲା

ମୁମ୍ବଇ : ଇଦ୍-ଉଲ୍-ଫିତରରେ ସରକାରୀ ଛୁଟି ସତ୍ତ୍ୱେ ମାର୍ଚ୍ଚ ୩୧ରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାରବାର ପାଇଁ ବ୍ୟାଙ୍କ ଖୋଲା ରହିବ। ଆର୍ଥିକ କାର୍ଯ୍ୟରେ ନିରନ୍ତରତା ସୁନିଶ୍ଚିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ନିର୍ଦେଶ ଦେଇଛି। ଏଥିସହ ଦେଶରେ ଥିବା ସମସ୍ତ ଆୟକର କାର୍ଯ୍ୟାଳୟ ମଧ୍ୟ ମାର୍ଚ୍ଚ ୨୯, ୩୦ ଓ ୩୧ ତାରିଖରେ ଖୋଲା ରଖିବାକୁ ଆୟକର ବିଭାଗ ନିଷ୍ପତ୍ତି ନେଇଛି। ସେହିପରି ଏହି ତିନିଦିନ ସମସ୍ତ ବୀମା କାର୍ଯ୍ୟାଳୟ ଖୋଲା ରଖିବାକୁ ମଧ୍ୟ ଆଇଆର୍‌ଡିଏଆଇ ନିର୍ଦେଶ ଦେଇଛି। ମାର୍ଚ୍ଚ ୩୧ରେ ଇଦ୍-ଉଲ୍-ଫିତର ଯୋଗୁଁ ଭାରତରେ ଏହା ସରକାରୀ ଛୁଟି ଭାବେ ପାଳନ କରାଯିବ। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏହି ଦିନ ସରକାରୀ ବ୍ୟବସାୟ ପରିଚାଳନା କରୁଥିବା ଏଜେନ୍ସି ବ୍ୟାଙ୍କଗୁଡ଼ିକୁ ବ୍ୟାଙ୍କ ଖୋଲା ରଖିବାକୁ ନିର୍ଦେଶ ଦେଇଛି। ଏହିଦିନ ଆର୍ଥିକ ବର୍ଷ ଶେଷ ହେଉଥିବାରୁ ସରକାରୀ ଅର୍ଥ କାରବାର କରୁଥିବା ବ୍ୟାଙ୍କ ସେମାନଙ୍କ ନିୟମିତ ସମୟ ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରଖିବେ। ସରକାରୀ ଚେକ୍ ସଂଗ୍ରହ ପାଇଁ ସ୍ୱତନ୍ତ୍ର କ୍ଲିୟରିଂ ପରିଚାଳନା କରିବେ। ୨୯ ତାରିଖ ପଞ୍ଚମ ଶନିବାର ହୋଇଥିବାରୁ ବ୍ୟାଙ୍କ ଖୋଲା ରହିବ। ସେହିପରି ଆୟକର ବିଭାଗ ମଧ୍ୟ ଟିକସ-ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ବିନା ବାଧାରେ ଜାରି ରଖିବା ପାଇଁ ଦେଶରେ ଥିବା ସମସ୍ତ ଆୟକର କାର୍ଯ୍ୟାଳୟ ୨୯, ୩୦ ଏବଂ ୩୧ ମାର୍ଚ୍ଚରେ ଖୋଲା ରହିବ ବୋଲି ନିଷ୍ପତ୍ତି ନେଇଛି। ୨୦୨୪-୨୫ ଆର୍ଥିକ ବର୍ଷ ମାର୍ଚ୍ଚ ୩୧ରେ ଶେଷ ହେଉଛି। ଇଦ୍‌ ପାଇଁ ଏହି ଦିନ ଛୁଟି ହୋଇଥିବାବେଳେ ୨୯ ତାରିଖ ଶନିବାର ଏବଂ ୩୦ ତାରିଖ ରବିବାର। ତେଣୁ ବିଚାରାଧୀନ ବିଭାଗୀୟ କାର୍ଯ୍ୟ ସମାପ୍ତ କରିବା ପାଇଁ, ସାରା ଭାରତରେ ସମସ୍ତ ଆୟକର କାର୍ଯ୍ୟାଳୟ ୨୯, ୩୦ ଏବଂ ୩୧ ମାର୍ଚ୍ଚରେ ଖୋଲା ରହିବା ନେଇ ବିଭାଗ ନିର୍ଦେଶନାମା ଜାରି କରିିଛି। ଫଳରେ କରଦାତା ବିନା କୌଣସି ବାଧାରେ ସେମାନଙ୍କର ବର୍ଷ ଶେଷ ଫାଇଲିଂ ସମାପ୍ତ କରିପାରିବେ। ସେହିପରି ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ) ବୀମା କମ୍ପାନୀଗୁଡ଼ିକୁ ମାର୍ଚ୍ଚ ୨୯, ୩୦ ଏବଂ ୩୧ ତାରିଖରେ ସେମାନଙ୍କ କାର୍ଯ୍ୟାଳୟ ଖୋଲା ରଖିବାକୁ ନିର୍ଦେଶ ଦେଇଛି। ଆର୍ଥିକ ବର୍ଷ ଶେଷ ସମୟରେ ବୀମାଧାରୀଙ୍କ ପାଇଁ ବୀମା ସେବାଗୁଡ଼ିକୁ ନିରବଚ୍ଛିନ୍ନ ଉପଲବ୍ଧ କରାଇବା ପାଇଁ ଆଇଆର୍‌ଡିଏଆଇ ଏହି ନିର୍ଦେଶ ଜାରି କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories