www.samajalive.in
Friday, December 5, 2025
26.1 C
Bhubaneswar

ପୁଣି ଏକାଠି ନବୀନ-ପାଣ୍ଡିଆନ୍! ବିମାନବନ୍ଦରରୁ ଭିଡିଓ ପ୍ରଘଟ

ଭୁବନେଶ୍ବର : ଦୀର୍ଘଦିନ ପରେ ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଅବସରପ୍ରାପ୍ତ ଆଇଏଏସ ଭି.କେ ପାଣ୍ଡିଆନ୍‌ଙ୍କୁ ଏକାଠି ଦେଖିବାକୁ ମିଳିଛି। ୨୦୨୪ ନିର୍ବାଚନ ପରେ ନବୀନଙ୍କ ସହ ପାଣ୍ଡିଆନ୍‌ଙ୍କୁ ଦେଖିବାକୁ ମିଳୁ ନ ଥିଲା। ଦଳୀୟ ନେତା ନବୀନ ନିବାସରେ ପାଣ୍ଡିଆନ୍‌ଙ୍କୁ ଭେଟୁଥିଲେ ମଧ୍ୟ ନବୀନଙ୍କ ସହ ଗୋଟିଏ ଫ୍ରେମ୍‌ରେ ସେ ନଜର ଆସୁନଥିଲେ। ସାମାଜିକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ନବୀନଙ୍କୁ ଏକାକୀ ଦେଖିବାକୁ ମିଳୁଥିଲା। ଦୀର୍ଘଦିନ ପରେ ପୁଣି ସମାନ ଦୃଶ୍ୟ ସାମ୍ନାକୁ ଆସିଛି। ନବୀନଙ୍କ ସହ ପାଣ୍ଡିଆନ୍‌ ନଜର ଆସିଛନ୍ତି। ଏହାର ଏକ ଭିଡିଓ ପ୍ରଘଟ ହେଉଛି। ଭିଡିଓଟି ତାମିଲନାଡ଼ୁ କୋଏମ୍ବାଟୁର ବିମାନବନ୍ଦରର ବୋଲି କୁହାଯାଉଛି। ଭିଡିଓରେ ନବୀନ ଓ ପାଣ୍ଡିଆନ୍‌ଙ୍କ ସମେତ ଜଣେ ସୁରକ୍ଷାକର୍ମୀ ବିମାନବନ୍ଦର ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ନବୀନଙ୍କ ଏହି ଗସ୍ତ ସମ୍ପର୍କରେ ସୂଚନା ମିଳିନଥିବାବେଳେ ସେ ବ୍ୟକ୍ତିଗତ କାମରେ ଯାଇଛନ୍ତି, ଖୁବ୍‌ଶୀଘ୍ର ଫେରିବେ ବୋଲି ବିଜେଡି ବିଧାୟକ ମନୋହର ରନ୍ଧାରୀ ଗଣମାଧ୍ୟମରେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଓଡ଼ିଶା ବିଧାନସଭାରେ ନବୀନ ହେଉଛନ୍ତି ବିରୋଧୀ ଦଳର ନେତା। ବର୍ତ୍ତମାନ ଗୁରୁତ୍ବପୂର୍ଣ୍ଣ ବଜେଟ୍ ଅଧିବେଶନ ଜାରି ରହିଛି। ଚଳିତ ବିଧାନସଭା ଅଧିବେଶନ ବିଭିନ୍ନ ଘଟଣାବଳୀକୁ ନେଇ ସରଗରମ ହୋଇଛି। ଏପରି ସମୟରେ ନବୀନ ଗୃହରେ ଅନୁପସ୍ଥିତ ରହୁଛନ୍ତି। ତେବେ ନବୀନ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ଦଳୀୟ ସୂତ୍ରରୁ ଶୁଣିବାକୁ ମିଳୁଥିଲା। ତାମିଲନାଡ଼ୁ ଗସ୍ତ ସମ୍ପର୍କରେ କାହା ପାଖରେ ସୂଚନା ନାହିଁ। ବ୍ୟକ୍ତିଗତ କାମରେ ସେ ଯାଇଥାଇପାରନ୍ତି ବୋଲି ଦଳୀୟ ନେତା ଅନୁମାନ କରୁଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories