www.samajalive.in
Monday, December 15, 2025
17.1 C
Bhubaneswar

ଧଣ୍ଡାମୁଣ୍ଡା ବାଞ୍ଜିପାଲି ଜଗନ୍ନାଥ ମନ୍ଦିରରୁ ଚୋରି

ଖପ୍ରାଖୋଲ(ନି.ପ୍ର): ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ବାଞ୍ଜିପାଲି ଗାଁ ଜଗନ୍ନାଥ ମନ୍ଦିରରେ ଚୋରି  । ଏନେଇ  ଖପ୍ରାଖୋଲ ଥାନାରେ ଅଭିଯୋଗ  । ସୂଚନା ଅନୁସାରେ, ବାଞ୍ଜିପାଲି ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଖରେ ଜଗନ୍ନାଥ ମନ୍ଦିରରୁ  ଶୁକ୍ରବାର ସଂନ୍ଧ୍ୟାରେ ପୂଜକ ପ୍ରୀତମ ମିଶ୍ର ସଂନ୍ଧ୍ୟା ଆଳତ କରିସାରିବା ପରେ ପହୁଡ କରି   ଘରକୁ ଯାଇଥିଲେ।

ଶନିବାର ସକାଳେ ପୂଜକ ପୂଜା ପାଇଁ ମନ୍ଦିରକୁ ଆସିଥିଲେ। ମନ୍ଦିରର ମୁଖ୍ୟ ଫାଟକର ତାଲା ଭଙ୍ଗା ଯାଇଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଏହାପରେ  ଖପ୍ରାଖୋଲ ପୁଲିସକୁ ଖବର ଦିଆଯାଇଥିଲା।   ମନ୍ଦିରରେ ପୂଜା ପାଉଥିବା ଅଷ୍ଟଧାତୁରେ ତିଆରି ରାଧାକୃଷ୍ଣ ମୂର୍ତ୍ତି, ଲଷ୍ମୀ ମୂର୍ତ୍ତି, ସରସ୍ବତୀ ମୂର୍ତ୍ତି, ପୂଜାରେ ବ୍ୟବହୃତ ହେଉଥିବା ରୂପା ଓ ତମ୍ବା ଥାଳି, ଗରା ଏବଂ ଡାକବାଜି ଯନ୍ତ୍ରପାତି   ଚୋରି ହୋଇଥିବା ଜଣା ପଡିଛି ।

- Advertisement -

ଖପ୍ରାଖୋଲ ଥାନାରେ ଶନିବାର ସକାଳୁ ବାଞ୍ଜିପାଲି ଗାଁ ଲୋକଙ୍କ ଲିଖିତ ଅଭିଯୋଗକୁ ଆଧାର କରି ୪୫୭ ଓ ୩୮୦ ଦଫାରେ ୫୯ ନମ୍ବର ମାମଲା   ରୁଜୁ କରାଯାଇଛି । ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ, ଅନ୍ୟ ପୁଲିସ କର୍ମଚାରୀ, ସାଇଣ୍ଟିଫିକ ଦଳ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । l   ମନ୍ଦିରର ଦେଢ ଲକ୍ଷ ଟଙ୍କାର ମୂର୍ତି ଓ ଅନ୍ୟ ଜିନିଷ କରିଥିବା ଚୋରଙ୍କୁ ଶୀଘ୍ର  ଧରିବାକୁ ଗାଁ ଲୋକେ ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories