www.samajalive.in
Sunday, December 14, 2025
17.1 C
Bhubaneswar

୧କ୍ୱିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ: ୩ ଗିରଫ

ବିନିକା/ଫୁଲମୁଠୀ: ସୁବର୍ଣ୍ଣପୁର ଜିଲା ବିନିକା ପୁଲିସ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏକ ଚାରିଚକିଆ ଗାଡିକୁ ଜବତ କରିବା ସହିତ ୩ଜଣ ଆସାମୀକୁ ଗିରଫ କରିଛି। ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ସରୋଜ କୁମାର (୨୫), ଅଜିତ କୁମାର ଗଣ୍ଡ (୨୧) ଓ ବ୍ରିଜେସ କୁମାର (୧୯) ବୋଲି ପୁଲିସ ସୂଚନା ଦେଇଥିବା ବେଳେ ସମସ୍ତେ ଉତ୍ତର ପ୍ରଦେଶ ରାଜ୍ୟର ବୋଲି ଥାନା ଅଧିକାରୀ କହିଛନ୍ତି ।

ସୂଚନା ଅନୁଯାୟୀ, କୋରାପୁଟ ଜୟପୁର ପଟରୁ ବିନିକା ସହର ରାସ୍ତା ଦେଇ ଉକ୍ତ ଗାଡିରେ ଗଞ୍ଜେଇ ଭର୍ତ୍ତି ହୋଇ ଆସୁଥିବା ବିନିକା ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ତେବେ ସୁରାକ୍‍ ପାଇ ପୁଲିସ ଥାନା ଗେଟ୍‍ ସମ୍ମୁଖରେ ଛକି ରହି ଗାଡି ଆସିବା ମାତ୍ରେ ଉକ୍ତ ଗାଡିକୁ ଅଟକାଇ ଥିଲା। ତେବେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ ଗାଡିକୁ ଖୋଲିବା ପରେ ସେଥିରୁ ୧କ୍ୱିଣ୍ଟାଲ ୮କେ.ଜିରୁ ଊର୍ଦ୍ଧ୍ବ ପଲିଥିନ ସିଲ୍‍ ୨୨ ପ୍ୟାକେଟ୍‍ ଗଞ୍ଜେଇ ବାହାରି ଥିଲା। ତେବେ ଉକ୍ତ ଗାଡି ଯୋଗେ ଗଞ୍ଜେଇ ଚୋରା ଚାଲାଣ କରି ନେଉଥିବା ୩ଜଣ ଅଭିଯୁକ୍ତ ସରୋଜ, ଅଜିତ କୁମାର ଓ ବ୍ରିଜେସ କୁମାର (୧୯) ବୋଲି ପୁଲିସ ସୂଚନା ଦେଇଥିବା ବେଳେ ସମସ୍ତେ ଉତ୍ତର ପ୍ରଦେଶ ରାଜ୍ୟର ବୋଲି ଥାନା ଅଧିକାରୀ କହିଥିଲେ। ଏହି ପରିପ୍ରେକ୍ଷୀରେ ବିନିକା ଅତିରିକ୍ତ ତହସିଲଦାର ତଥା ଏକ୍‍ଜ୍ୟୁକିଟିଭ୍‍ ମାଜିଷ୍ଟ୍ରେଟ ତ୍ରିପୁର ମହାନନ୍ଦଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ସୋନପୁର ଏସ୍‍ଡିପିଓ ମିହିର କୁମାର ପଣ୍ଡା, ବୀରମହାରାଜପୁର ଏସ୍‍ଡିପିଓ ଧିରଜ ଚୋପାଦାରଙ୍କ ଉପସ୍ଥିତିରେ ୨୨ପ୍ୟାକେଟ୍‍ ଯାକ ସିଲ୍‍ ପକେଟ୍‍ ଫଡାଯାଇ ଓଜନ କରାଯିବା ଦ୍ୱାରା ୧କ୍ୱିଣ୍ଟାଲ ରୁ ଅଧିକ ପ୍ରାୟ ୮କେ.ଜି ଓଜନ ହୋଇଥିିବା ଆଇଆଇସି କୁଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେହିପରି ବିନିକା ଥାନା ଏସ୍‍ଆଇ ସୂର୍ଯ୍ୟକାନ୍ତ ସେଠୀ ଓ ଟଙ୍କଧର ଛତ୍ରିଆଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଗଞ୍ଜେଇ ଓଜନ ବେଳେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ବିନିକା ଥାନାରେ ଏକ ମାମଲା ରୁଜୁ ହୋଇଛି। ଆସନ୍ତାକାଲି ୩ଜଣ ଯାକ ଗଞ୍ଜେଇ ଚୋରା ଚାଲାଣକାରୀ ଙ୍କୁ ବିନିକା ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରାଯିବ ବୋଲି ଏସ୍‍ଡିପିଓ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

- Advertisement -

 

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories