www.samajalive.in
Monday, December 15, 2025
26.1 C
Bhubaneswar

ବୁଧବାର ରାଶିଫଳ ୧୮। ୦୩। ୨୦୨୦

ମେଷ: ଦେବଦର୍ଶନରେ ମନବାଞ୍ଛା ପୂରଣ ହେବ। ସ୍ଥିତି ଅନୁକୂଳ ରହିଛି। ଚିନ୍ତାଧାରା ମହତ୍‌ ହୋଇପାରେ। ବିଳାସବ୍ୟସନ କରିପାରନ୍ତି। ଶ୍ରେଷ୍ଠ ପଦ-ପଦବୀରେ ଭୂଷିତ ହୋଇପାରନ୍ତି।
ବୃଷ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅସୁଖୀ ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ। ଧାର୍ମିକ ସ୍ବଭାବର ହୋଇପାରନ୍ତି। ସରକାରୀ ସେବାରୁ ଲାଭ ମିଳିପାରେ। ବୁଦ୍ଧି, ବିଦ୍ୟାଯୁକ୍ତ ହେବେ।
ମିଥୁନ: ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ନୈତିକତା ବୃଦ୍ଧି ହେବ। ଆକସ୍ମିକ ଭାବେ ଲାଭବାନ୍‌ ହେବେ। ଆନନ୍ଦ ଉଲ୍ଲାସ ଲାଗି ରହିବ। ପୁତ୍ର ସୁଖ ମିଳିପାରେ। ନୃତ୍ୟ-ସଙ୍ଗୀତପ୍ରିୟ ହେବେ। ମାନ୍ୟତା ମିଳିବ।
କର୍କଟ: ଆଶା ଫଳବତୀ ହେବ। ଶତ୍ରୁ ଭୟ ରହିଛି। ବିବାଦରେ ବିଜୟୀ ହେବେ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। କର୍ମକ୍ଷେତ୍ରରେ ତତ୍ପର ହୋଇପାରନ୍ତି। ପ୍ରଭାବ ହ୍ରାସ ହେବ। ଶତ୍ରୁଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ।
ସିଂହ: ମନ ଅସ୍ଥିର ରହିବ। ବିଚାର-ବିମର୍ଶ ପୂର୍ବକ କାର୍ଯ୍ୟ କଲେ ସଫଳତା ମିଳିବ; ତଥାପି ମନ ବ୍ୟାକୁଳ ହେବ। ପୁତ୍ର କିମ୍ବା ମିତ୍ର ସୁଖ ମିଳିପାରେ। ସରକାରୀ ସ୍ତରରୁ ସମ୍ମାନ ମିଳିବ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ।
କନ୍ୟା: ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳତା ଦେଖାଦେବ। ସମ୍ମାନିତ ହେବେ। ଧନ ଓ ବାହନଯୁକ୍ତ ହୋଇପାରନ୍ତି। ସରକାରଙ୍କ ଅନୁଗ୍ରହରୁ ସଂପଦ ଲାଭ ହୋଇପାରେ। ଯାନବାହନ ସୁଖ ମିଳିବ। ନାନାବିଧ ସୁଖର ଅଧିକାରୀ ହେବେ। ସୁଖ ମିଳିବ।
ତୁଳା: ସବୁ ପ୍ରତିରୋଧକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି। ସକଳ ଗୁଣର ଆଧାର ହୋଇପାରନ୍ତି। ସୁଖୀ ତଥା କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ଶତ୍ରୁ ନାଶ କରି ଆଶ୍ବସ୍ତ ହେବେ। କୃଷିକ୍ଷେତରୁ ଲାଭ ମିଳିବ। ଐଶ୍ବର୍ୟ୍ୟ ପ୍ରାପ୍ତ ହେବେ।
ବିଛା: ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ମନବ୍ୟସ୍ତ ରହିପାରେ। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ଚିନ୍ତିତ ହୋଇପାରନ୍ତି। ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଅଧିକ ଧନପ୍ରାପ୍ତିର ସୂଚନା ମିଳୁଛି। ଭୋଗ-ବିଳାସରେ ମାତିବେ।
ଧନୁ: ଶ୍ରୀଚନ୍ଦ୍ର ଭୋଗହେତୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। କାର୍ଯ୍ୟ ଯେତେ କଠିନ ହେଉନା କାହିଁକି ଆପଣଙ୍କ ପକ୍ଷେ; ସହଜ ସୁଲଭ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।
ମକର: ଭଲ-ମନ୍ଦ ମିଶ୍ରିତ ଫଳ ମିଳିବ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଶୁଭ କାର୍ଯ୍ୟରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ। ଶତ୍ରୁନାଶ କରିବେ।
କୁମ୍ଭ: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହେବ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ନୀତିନିଷ୍ଠ ହେବେ। ସ୍ବ ଅର୍ଜିତ ଧନଭୋଗ କରିବେ। ସରକାରୀ ବା ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟ ସ୍ବଚ୍ଛ ଓ ନିର୍ମଳ ହୋଇପାରେ। ଲୋକପ୍ରିୟତା ଅର୍ଜନ କରିବେ।
ମୀନ: କାର୍ଯ୍ୟରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ। ଶ୍ରମ ସାର୍ଥକ ହୋଇପାରେ। ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ପାରିବାରିକ ସୁଖ ମିଳିବ। ଦୀର୍ଘଦିନର ଆଶା ପୂରଣ ହେବ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories