www.samajalive.in
Monday, December 8, 2025
14.1 C
Bhubaneswar

ଚୁଡି ପିନ୍ଧିବାର ଧାର୍ମିକ ମହତ୍ତ୍ବ

ହିନ୍ଦୁ ଧର୍ମରେ ମହିଳାମାନେ ହାତରେ ଚୁଡି ପିନ୍ଧିଥାନ୍ତି। ଚୁଡି ପିନ୍ଧିବାର ପରମ୍ପରା ବହୁ ପୁରାତନ କାଳରୁ ପ୍ରଚଳିତ। ମହିଳାମାନେ ଚୁଡି ପିନ୍ଧିବାର ଧାର୍ମିକ ମହତ୍ତ୍ବ ରହିଛି। ଚୁଡି ପିନ୍ଧିବାର ଅନେକ ଲାଭ ରହିଛି। ହିନ୍ଦୁ ଧର୍ମରେ ବିବାହିତ ମହିଳାମାନେ ଚୁଡି ପିନ୍ଧିଥାନ୍ତି। କୁହାଯାଇଛି ଯେ, ମହିଳାମାନେ ହାତରେ ଚୁଡି ପିନ୍ଧିବା ଦ୍ବାରା ସ୍ବାମୀଙ୍କ ଆୟୁଷ ବୃଦ୍ଧି ହୋଇଥାଏ। ଏହାଦ୍ବାରା ସ୍ବାମୀଙ୍କ ରକ୍ଷା ମଧ୍ୟ ହୋଇଥାଏ। ମାନ୍ୟତା ଅନୁଯାୟୀ, ମହିଳାମାନେ ଚୁଡି ପିନ୍ଧିବା ଦ୍ବାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

ସଧବା ନାରୀ ଷୋହଳ ଶୃଙ୍ଗାରର ସଜେଇ ହୋଇଥାଏ। ଏହି ଷୋହଳ ଶୃଙ୍ଗାର ମଧ୍ୟରୁ ଚୁଡି ଏକ ସାମଗ୍ରୀ ଅଟେ। ବାସ୍ତୁଶାସ୍ତ୍ରରେ ଚୁଡି ପିନ୍ଧିବାର ଅନେକ ଲାଭ ବିଷୟରେ ବର୍ଣ୍ଣନା କରାଯାଇଛି। ଚୁଡିରୁ ଆସୁଥିବା ଶଦ୍ଦରୁ ଘରେ ସକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ। ଏହାଦ୍ବାରା ଘରର ଆଖପାଖ ବାତାବରଣ ମଧ୍ୟ ସୁଖଶାନ୍ତି ରହିଥାଏ। ସେଠାରେ ବାସ କରୁଥିବା ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ରହିଥାଏ।

- Advertisement -

ମାନ୍ୟତା ରହିଛି ଯେ, ଯେଉଁ ଘରେ ମହିଳମାନେ ଚୁଡି ପିନ୍ଧନ୍ତି, ସେଠାରେ କେବେ ବି ଧନ ସମ୍ପତ୍ତି ଓ ଟଙ୍କାର ଅଭାବ ରହି ନଥାଏ। ଘରର ଆର୍ଥିକ ସ୍ଥିତି ଠିକ ରହିଥାଏ। ଏବଂ ପରିବାରରେ ସୁଖଶାନ୍ତି ବଜାୟ ରହିଥାଏ। ହାତରେ ଚୁଡି ପିନ୍ଧିବା ଦ୍ବାରା ଚର୍ମ ଓ ଚୁଡି ମଧ୍ୟରେ ଘର୍ଷଣ ହୋଇଥାଏ। ଏହି ଘର୍ଷଣ ଫଳରେ ସୃଷ୍ଟି ହେଉଥିବା ଶକ୍ତି ଶରୀରରେ ରକ୍ତ ସଞ୍ଚାରକୁ ନିୟନ୍ତ୍ରଣ କରିଥାଏ। ଅଧିକ ଚୁଡି ପିନ୍ଧିବା ଦ୍ବାରା ଶରୀରର ଶକ୍ତି ବାହାରକୁଯାଇ ନଥାଏ। ସେହି ମହିଳା ଅଧିକ ସାହାସୀ ହୋଇଥାନ୍ତି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories