www.samajalive.in
Monday, December 8, 2025
13.1 C
Bhubaneswar

ଓଡ଼ିଶାର ଏହି ସ୍ଥାନରେ ପ୍ରଚାର କଲେ , ଚାକିରି ଗଲା

କେନ୍ଦ୍ରାପଡ଼ା : ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନକାରୀଙ୍କ ବିରୋଧରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଶୂନ୍ୟ ସହନଶୀଳ ନୀତି । ଏସ୍‌ସିସି ଉଲ୍ଲଘଂନ ଅଭିଯୋଗର ତଦନ୍ତ ରିପୋର୍ଟ ଆଧାରରେ ବୁଧବାରରେ ଜିଲ୍ଲା ନିର୍ବାଚନ ଅଧିକାରୀ ଦୁଇ କମ୍ୟୁନିଟି ରିସୋର୍ସ ପର୍ସନ (ସିଆର୍‌ପି) କର୍ମଚାରୀଙ୍କୁ କାର୍ଯ୍ୟାନ୍ତର ଆଦେଶ ଦେଇଛନ୍ତି । ଏହି ଦୁଇ କର୍ମଚାରୀ ହେଉଛନ୍ତି ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ ବ୍ଲକ୍ ତାଳସଙ୍ଗା ଗ୍ରାମପଂଚାୟତ ମାଣିକପୁର ଗାଁର ପୁଷ୍ପାଞ୍ଜଳୀ ମହାନ୍ତି ଓ ତାଳସଙ୍ଗା ଗ୍ରାମପଂଚାୟତ ଖମଙ୍ଗାବିନ୍ଧା ଗାଁର ନର୍ମଦା ବସନ୍ତିଆ ।

ଏମାନଙ୍କ ବିରୁଦ୍ଧରେ ଗତ ୨୯ ତାରିଖରେ ଜୟନ୍ତ କୁମାର ଜେନା ଅଭିଯୋଗ ଆଣିଥିଲେ । ଅଭିଯୋଗ ଥିଲା ସେମାନେ ରାଜନୈତିକ ପ୍ରଚାର ସଭାରେ ପୁଷ୍ପ ପକାଇବା ସହ ହୁଳହୁଳି ଓ ଶଙ୍ଖ ବାଦନ କରି ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଉପ-ଜିଲ୍ଲାପାଳ ଅଶୋକ କୁମାର ଦାସଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ନିର୍ବାଚନ ଅଧିକାରୀ ତଦନ୍ତ ରିପୋର୍ଟ ଆଧାରରେ ଏହି ଦୁଇ କର୍ମଚାରୀଙ୍କୁ ବୁଧବାର ଠାରୁ ତତ୍‌କ୍ଷଣାତ୍ କାର୍ଯ୍ୟାନ୍ତର ଆଦେଶ ଦେଇଛନ୍ତି । ମହଙ୍ଗା ସାବ୍ୟସ୍ତ ହୋଇଛି ନିର୍ବାଚନୀ ପ୍ରଚାର , ସବୁଦିନ ପାଇଁ ଏହି ଦୁଇ କର୍ମଚାରୀ ଚାକିରି ହରାଇଛନ୍ତି। ଏହା ସହ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ଆଦର୍ଶ ଆଚରଣ ସଂହିତାକୁ ପାଳନ କରିବାକୁ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ । ନଚେତ୍ ଜିରୋ ଟଲେରାନ୍ସ ନୀତି ଆଧାରରେ ଅନ୍ୟ କାହାକୁ ମଧ୍ୟ ଚାକିରୀରୁ ବହିଷ୍କାର କରିପାରେ ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories