www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ଟିକା ପରୀକ୍ଷଣ, ଚୀନକୁ ଆର୍ଥିକ ସହାୟତା ଦେବ ନାହିଁ ବାଂଲାଦେଶ

ଚୀନର ଟୀକା ପ୍ରସ୍ତୁତକାରୀ କମ୍ପାନୀ ସିନୋଭାକ୍ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବ ନାହିଁ ବୋଲି ବାଂଲାଦେଶ କହିଛି। ଉଭୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ସମୟରେ ସିନୋଭାକ୍ ବାୟୋଟେକ୍ ବାଂଲାଦେଶ ସରକାରଙ୍କଠାରୁ ଆର୍ଥିକ ସହାୟତା ମାଗିନଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଜାହିଦ ମାଲିକ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜାହିଦଙ୍କ ବିବୃତ୍ତିକୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ କହିଛି ଯେ ସିନୋଭାକ୍ ବାୟୋଟେକ୍ କମ୍ପାନୀ ବାଂଲାଦେଶକୁ ଏକ ଲକ୍ଷ ଦଶ ହଜାର ମାଗଣା ଟିକା ଦେବାକୁ ରାଜି ହୋଇଛି।

ମାଲିକ କହିଛନ୍ତି ଯେ ଆଷ୍ଟ୍ରାଜେନେକା ସମେତ ଟିକା ତିଆରି କରୁଥିବା ଅତି କମରେ ପାଞ୍ଚଟି କମ୍ପାନୀ ସହିତ ବାଂଲାଦେଶ ଯୋଗାଯୋଗରେ ଅଛି। ଚାଇନାର କମ୍ପାନୀ ସିନୋଭାକ୍ ବାୟୋଟେକ୍ ଢାକାରେ ଥିବା ଆନ୍ତର୍ଜାତୀୟ ସ୍କ୍ୱାଡ଼ ରୋଗ ଅନୁସନ୍ଧାନ କେନ୍ଦ୍ର ମାଧ୍ୟମରେ କୋଭିଡ୍ ଟିକା ପରୀକ୍ଷା ପାଇଁ ପ୍ରସ୍ତାବ ଦେଇଛି। ଅଗଷ୍ଟ ୨୭ରେ କ୍ଲିନିକାଲ୍ ପରୀକ୍ଷା ପାଇଁ ସରକାର ଚୂଡ଼ାନ୍ତ ଅନୁମୋଦନ ଦେବା ପରେ କମ୍ପାନୀ ପରୀକ୍ଷା ପାଇଁ ଆର୍ଥିକ ସହାୟତା ମାଗିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories