www.samajalive.in
Saturday, December 6, 2025
19.1 C
Bhubaneswar

ଦୁଇ ସୁସ୍ଥ କେରୋନା ଯୋଦ୍ଧାଙ୍କ ଜଳ ପରିଚାଳନା କାର୍ଯ୍ୟକୁ ଜିଲାପାଳଙ୍କ ପ୍ରସଂଶା

ପାତ୍ରପୁର : କେରୋନା ବେଳେ କାର୍ଯ୍ୟରେ ଯୋଗଦେଇ କେରୋନା ଆକ୍ରାନ୍ତ ହୋଇ ସୁସ୍ତ ହୋଇଥିବା ଦୁଇ ଯନ୍ତ୍ରୀଙ୍କ ସଫଳତାର ସହ ଜଳ ପରିଚାଳନା କରି ପ୍ରସଂଶା ପାଇଛନ୍ତି। ଏହି ଦୁଇଜଣ ହେଉଛନ୍ତି ବାଘଲଟି ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ସଂଜୀବ କୁମାର ଦାଶ ଶର୍ମା ଏବଂ ସହକାରୀ ଯନ୍ତ୍ରୀ ବିଜୟ କୁମାର ପଟ୍ଟନାୟକ। ଉଭୟ ଲଘୁଚାପ ଜନିତ ବର୍ଷା ବେଳେ ବାଘଲଟି ଜଳଭଣ୍ଡାରରେ ପାଞ୍ଚଦିନ ଚବିଶି ଘଣ୍ଟିଆ ଜଗିରହି ଜଳ ପରିଚାଳନା କରିଥିଲେ। ନିୟମିତ ବାଘଲଟିରେ ବର୍ଷା ସହିତ ଜଳପତ୍ତନ ସମ୍ପର୍କରେ ବିଭଗୀୟ ଅଧିକାରୀ ଗଂଜାମ ଜିଲ୍ଲା ପ୍ରଶାସନ,ଏବଂ ଆନ୍ଧ୍ର ଜଳସେଚନ ବିଭଗକୁ ବର୍ଷା, ଜଳଭଣ୍ଡାର ଜଳ ସମ୍ପର୍କରେ ଖବର ଦେଇଥିଲେ।

ବୁଧବାର ଉପ ଜିଲ୍ଲାପାଳ ଆସି ଜଳଭଣ୍ଡାରର ସ୍ଥିତ ଅନୁଧ୍ୟାନ କରିଥିଲେ। ରାତି ୧୦ଟା ବେଳେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବିଭନ୍ନ ଅଧିକାରୀଙ୍କ ସହ ବାଘଲଟି ଡ଼ାକବଙ୍ଗଳା ଠାରେ ପହଞ୍ଚି ଆଲୋଚନା କରିଥିଲେ। ଏଠାରେ ତିନିଦିନରେ ୩୯୧ ମିଲିମିଟର ବର୍ଷା ହୋଇଥିବା ବେଳେ ପୂର୍ବଦୁଇ ଦିନ କମ୍ ବର୍ଷା ହୋଇଥିଲା। ତେବେ କମ୍ ସମୟରେ ରେକର୍ଡ ପରିମାଣରେ ହୋଇଥିବା ବର୍ଷା ଯୋଗୁଁ ଜଳଭଣ୍ଡାର ଜଳସ୍ତର ହଠାତ ବୃଦ୍ଧି ପାଇବା ପରେ କିଭଳି ଜଳ ପରିଚାଳନା ହୋଇଥିଲା ସେହିସମ୍ପର୍କରେ ଟିକିନିଖି ପଚାରି ବୁଝିବା ସହ ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ଜଳଭଣ୍ଡାରରେ ପହଞ୍ଚି ଜଳ ନିର୍ଗମ ପଥ ଏବଂ ଜଳପତ୍ତନକୁ ଟର୍ଚ୍ଚ ଲାଇଟ ପକାଇ ଦେଖିବା ସହ ଉଭୟ ଯନ୍ତ୍ରୀଙ୍କୁ ପ୍ରସଂଶା କରିଥିଲେ। କୋଭିଡ଼ ବେଳେ ନିର୍ବାହୀ ଯନ୍ତ୍ରୀ ଚିକିଟି ,ପାତ୍ରପୁର, ବ୍ଲକରେ କୋଭିଡ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ସହକାରୀ ଯନ୍ତ୍ରୀ ଜଳ ଯୋଗାଣ କାର୍ଯ୍ୟରେ ନିୟୋଜିତ ଥିଲେ।

- Advertisement -

ନିର୍ବାହୀ ଯନ୍ତ୍ରୀ ଗତ ସେପ୍ଟେମ୍ବର ମାସ ୩ତାରିଖରେ କେରୋନା ଚିହ୍ନଟ ସହ ନିମୋନିଆ ଚିହ୍ନଟ ପରେ ଘରୋଇ ସଂଘରୋଧରେ ୧୭ଦିନ ରହିଥିଲେ। ସେହିପରି ସହକାରୀ ଯନ୍ତ୍ରୀଙ୍କ ଅଗଷ୍ଟ ଦୁଇ ତାରିଖରେ କେରୋନା ଚିହ୍ନଟ ସହ ନିମୋନିଆ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସମ୍ ହସପିଟାଲରେ ୧୨ ଦିନ ଚିକିତ୍ସିତ ହେବା ପରେ ସାତଦିନ ଘରୋଇ ସଂଘରୋଧରେ ରହିଥିଲେ। ତେବେ କେରୋନା ଆକ୍ରାନ୍ତ ହୋଇ ସୁସ୍ତ ହୋଇଥିବା ଏହି ଦୁଇ କେରୋନା ଯୋଦ୍ଧା ବର୍ଷା ବେଳେ ଜଳପରିଚାଳନ କରିବା ଭଳି କାର୍ଯ୍ୟ କାର୍ଯ୍ୟରେ ୨୪ଘଣ୍ଟିଆ କାର୍ଯ୍ୟ କରି ଥିବା ଜଣାଯାଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories