www.samajalive.in
Saturday, December 6, 2025
23.1 C
Bhubaneswar

ଜଳୁଛି ବାଂଲାଦେଶ: ସୀମାରେ ହାଇ ଆଲର୍ଟ

ନୂଆଦିଲ୍ଲୀ : ଜଳୁଛି ବାଂଲାଦେଶ। ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ଭାରତ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ମେଘାଳୟରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି। ସୀମା ସୁରକ୍ଷା ଦାୟିତ୍ବରେ ଥିବା ବିଏସଏଫ୍‌କୁ ସତର୍କତା ଜାରି କରାଯାଇଛି। ବାଂଲାଦେଶ ସଂଲଗ୍ନ ୪୦୯୬ କିମି ସୀମାରେ ମୁତୟନ ଥିବା ବିଏସଏଫ୍ ୟୁନିଟ୍‌ଗୁଡିକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। କାରଣ ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ଆତଙ୍କବାଦୀମାନେ ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିବାର ଆଶଙ୍କା ରହିଛି। ତେଣୁ ପ୍ରତିଟି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଅନୁପ୍ରବେଶ ରୋକିବାକୁ ବିଏସଏଫ୍‌କୁ ନିର୍ଦେଶ ଦିଆଯାଇଛି। ପାଟ୍ରୋଲିଂକୁ କଡାକଡି କରିଛି ଆସାମ। ବିଏସଏଫ୍‌ର କାର୍ଯ୍ୟକାରୀ ମହାନିର୍ଦେଶକ ଦଲଜିତ୍‌ ସିଂହ ଚୌଧାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସୋମବାର କଲକାତାରେ ପହଞ୍ଚି ସୀମା ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି। ଏହା ସହିତ ସେନା ହେଲିକପ୍ଟର ସୀମାନ୍ତ ଉପରେ ନଜର ରଖିଛି। ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ବାଂଲାଦେଶରେ ହିଂସାକାଣ୍ଡ ଘଟିଛି।  ୟୁକେରେ ଶରଣାର୍ଥୀ ପାଇଁ ଆବେଦନ କରିବେ ଶେଖ୍ ହସିନା। ସୋମବାର ହିଣ୍ଡନ ଏୟାରବେସରେ ସେ ପହଞ୍ଚିଥିଲେ। ହିଂସାକାରୀଙ୍କ ଚାପରେ ପ୍ରଧାନମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇ ଦେଶ ଛାଡିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories