ରିମାଣ୍ଡରେ ଯିବେ ୫ ମହିଳାଙ୍କ ସ୍ଵାମୀ ସତ୍ୟଜିତ୍
ଭୁବନେଶ୍ଵର: ୫ ମହିଳାଙ୍କ ସ୍ଵାମୀ ସତ୍ୟଜିତ୍ ସାମଲଙ୍କର ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର। ଏହି ସଂଖ୍ୟା ୫ରେ ସୀମିତ ନା ଅଧିକ ତାକୁ ନେଇ ଖୋଳତାଡ କରିବାକୁ ରିମାଣ୍ଡରେ ନେବ କମିଶନରେଟ୍ ପୁଲିସ୍ । ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା କ୍ୟାପିଟାଲ ଥାନା ପୁଲିସ୍। ତେବେ ଦୁଇ ଦିନିଆ ରିମାଣ୍ଡ ପାଇଁ ଅନୁମତି ମିଳିବା ପରେ ଆଜିଠୁ ତାଙ୍କୁ ରିମାଣ୍ଡ ରେ ନିଆଯିବ। ୫ ମହିଳାଙ୍କୁ ବିବାହ କରିବା ସହ ୪୯ ମହିଳାଙ୍କ ସହ ସମ୍ପର୍କରେ ଥିଲେ ସତ୍ୟଜିତ୍। ଭୁବନେଶ୍ଵର ଚନ୍ଦ୍ରଶେଖରପୁରରେ ରହୁଥିବା ସତ୍ୟଜିତ୍ ସାମଲଙ୍କ ବିରୋଧରେ ଏକାଧିକ ମହିଳାଙ୍କ ଏତଲା ଆଧାରରେ କମିଶନରେଟ୍ ପୁଲିସ୍ ଗିରଫ କରିଥିଲା।
Comments are closed.