www.samajalive.in
Saturday, December 6, 2025
16.1 C
Bhubaneswar

ବାଂଲାଦେଶ ହିଂସା ; ହିନ୍ଦୁଙ୍କ ଘର,ଦୋକାନକୁ ଟାର୍ଗେଟ, ଜାଳିଲେ ଇସକନ୍‌ ମନ୍ଦିର..

ନୂଆଦିଲ୍ଲୀ : ବାଂଲାଦେଶରେ ହିଂସା ଜାରି ରହିଛି। ହିଂସା ପରେ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିବା ପରେ ମଧ୍ୟ ବିକ୍ଷୋଭକାରୀମାନେ ହିଂସା ଜାରି ରଖିଛନ୍ତି । ଦେଶରେ ହିନ୍ଦୁମାନଙ୍କର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଉଛି। ବିକ୍ଷୋଭକାରୀମାନେ ଏଠାରେ ପ୍ରାୟ ୨୭ଟି ଜିଲ୍ଲାର ହିନ୍ଦୁମାନଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଛନ୍ତି । ସେମାନଙ୍କ ମୂଲ୍ୟବାନ ସାମଗ୍ରୀ ମଧ୍ୟ ଲୁଟିଛନ୍ତି । ଏଥି ସହିତ ସାରା ଦେଶରେ ଅତି କମରେ ଚାରିଟି ମନ୍ଦିର ମଧ୍ୟ ଭଙ୍ଗାରୁଜା କରାଯାଇଛି।

ଭିଡିଓରେ ଦେଖନ୍ତୁ ମର୍ମନ୍ତୁଦ ଦୁର୍ଘଟଣା ; ଦ୍ରୁତ ଗତି ପାଇଁ..

- Advertisement -

ମେହେରପୁରରେ ଇସକନ୍‌ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ହିଂସାର ଏକ ମୁଖ୍ୟ ଅଂଶ । ଗତ ୨୪ ଘଣ୍ଟା ମଧ୍ୟରେ ବାଂଲାଦେଶରେ ଏକାଧିକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି । ମନ୍ଦିର ଉପରେ ଆକ୍ରମଣ ବ୍ୟତୀତ ଢାକା ଧାନମୋଣ୍ଡି ଅଞ୍ଚଳରେ ଥିବା ଏକ ଭାରତୀୟ ସାଂସ୍କୃତିକ କେନ୍ଦ୍ର ମଧ୍ୟ ଭଙ୍ଗାରୁଜା ହୋଇଛି। ଲୋକମାନେ କହିଛନ୍ତି, ଏପରି କୌଣସି ସ୍ଥାନ କିମ୍ବା ଜିଲା ବାକି ନାହିଁ, ଯେଉଁଠାରେ ସାମ୍ପ୍ରଦାୟିକ ଆକ୍ରମଣ ହୋଇନାହିଁ ।

କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟି ନେଲେ ୧୮ ଭରି ସୁନାରୁପା ଅଳଙ୍କାର

ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀ ଶେଖ ହସିନା ଶେଷରେ ସେନା ଚାପରେ ସୋମବାର ଇସ୍ତଫା ଦେଇଛନ୍ତି। ସେନାର ଚେତାବନୀ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories