ବାଙ୍ଗିରିପୋଷି ଫୁଟ୍ ଓଭରବ୍ରିଜ ନିର୍ମାଣକୁ ମଞ୍ଜୁରୀ
ନୂଆଦିଲ୍ଲୀ : ମୟୁରଭଞ୍ଜ ଜିଲା ଅନ୍ତର୍ଗତ ଜାତୀୟ ରାଜପଥ ନଂ-୪୯ର ବାଙ୍ଗିରିପୋଷିର ମାଣଦାଠାରେ ଫୁଟ ଓଭରବ୍ରିଜ ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ମଞ୍ଜୁର କରିଛି। ୨୦ ତାରିଖରେ ଏହି ଫୁଟ ଓଭରବ୍ରିଜ ନିର୍ମାଣ ଲାଗି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରିଙ୍କୁ ଚିଠି ଲେଖିଥିଲେ। ଫୁଟ ଓଭରବ୍ରିଜ ନିର୍ମାଣ ପ୍ରସ୍ତାବ ମଞ୍ଜୁର ବିଷୟରେ ମନ୍ତ୍ରାଳୟ ସଚିବ ଗିରିଧର ଆରାମାନେ ମନ୍ତ୍ରୀ ଇଂ ଟୁଡ଼ୁଙ୍କୁ ଚିଠି ଲେଖି ଜଣାଇଛନ୍ତି କି ତାଙ୍କ ଚିଠି ମିଳିବା ପରେ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏ ବାବଦରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ତରଫରୁ ମେ’ ୨୪ରେ ବାଲେଶ୍ୱର ପ୍ରକଳ୍ପ ନିର୍ଦେଶକ (ପିଡି)ଙ୍କୁ ବ୍ୟୟ ଅଟକଳ ଚିଠା ପ୍ରସ୍ତୁତ କରିବାକୁ କୁହାଯାଇଛି। ଖୁବ୍ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ଚିଠି ଲେଖିବାର ମାତ୍ର ପାଞ୍ଚ ଦିନ ମଧ୍ୟରେ ଫୁଟ ଓଭରବ୍ରିଜ ନିର୍ମାଣ ପ୍ରସ୍ତାବକୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଦ୍ୱାରା ମଞ୍ଜୁରୀକୁ କେନ୍ଦ୍ରମନ୍ତ୍ରୀ ଇଂ. ଟୁଡ଼ୁ ସ୍ୱାଗତ କରିଛନ୍ତି।
Comments are closed.