www.samajalive.in
Saturday, December 6, 2025
16.1 C
Bhubaneswar

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ବ୍ୟବସାୟୀ ସଂଘ ରଖିଲା ଉପବାସ

ଭୁବନେଶ୍ୱର: ଜମ୍ମୁ-କାଶ୍ମୀରର ପୁଲ୍‍ୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ଶହୀଦ୍‍ ହେବା ଘଟଣାର ପ୍ରତିବାଦ ସହ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ସୋମବାର ଦେଶବ୍ୟାପୀ ବ୍ୟବସାୟୀମାନଙ୍କ ପକ୍ଷରୁ ବନ୍ଦ୍‍ ପାଳନ କରାଯାଇଥିଲା। ଅଖିଳ ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ୍‍ ଡାକରାରେ ଓଡ଼ିଶା ସମେତ ୧୮ଟି ରାଜ୍ୟର ବିଭିନ୍ନ ବ୍ୟବସାୟୀ ସଙ୍ଗଠନଗୁଡ଼ିକ ସାମିଲ୍‍ ହୋଇଥିଲେ। ଓଡ଼ିଶାର ପ୍ରାୟ ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ଏଥିରେ ସାମିଲ ହୋଇଥିଲେ। ବନ୍ଦ ପାଳନ ବେଳେ ବ୍ୟବସାୟୀମାନେ ସାରା ଦିନ ଉପବାସରେ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସକାଳୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନ ବଜାର ଏବଂ ପେଟ୍ରୋଲ୍‍ ପମ୍ପ ବନ୍ଦ୍‍ ରହିଥିଲା। କଟକ ଜିଲ୍ଲାର ବ୍ୟବସାୟୀମାନେ ଏହି ବନ୍ଦରେ ସାମିଲ୍‍ ହେବା ସହ ପାକିସ୍ତାନ ଓ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି। ସୋମବାର ସକାଳୁ କଟକ ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ବନ୍ଦ୍‍ ରହିଥିଲା। ସହିଦ୍‍ମାନଙ୍କ ଫଟୋଚିତ୍ର ରଖି ପ୍ରାୟ ପ୍ରତ୍ୟେକ ଛକ ଓ ସାହିରେ ବ୍ୟବସାୟ ପ୍ରତିଷ୍ଠାନ କରିଥିବା ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସହିଦ୍‍ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ବନ୍ଦ ପାଳନ ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାର ସମସ୍ତ ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ୍‍ ରହିଥିଲା। ଗାଡ଼ି ମଟର ଚାଲିବା ସହିତ ଅଫିସ୍‍, କୋର୍ଟ କାର୍ଯ୍ୟ, ବ୍ୟାଙ୍କ୍‍ ଖୋଲା ରହିଥିଲା। ସୁବର୍ଣ୍ଣପୁର ଜିଲ୍ଲାରେ ସବୁ ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ୍‍ ରହିଥିଲା। ଅନ୍ୟପକ୍ଷରେ ଭଦ୍ରକ, ସୁନ୍ଦରଗଡ଼, ବଲାଙ୍ଗିର, ମାଲକାନଗିରି, ସମ୍ବଲପୁର ଜିଲ୍ଲାରେ ମଧ୍ୟ ଏହି ବନ୍ଦ୍‍ପାଳନ କରାଯାଇଥିଲା। ଏହି ଅବସରରେ ଶ୍ରୀଶ୍ରୀବଟ ମହାବୀର ବ୍ୟବସାୟୀ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ୮୨ ୟୁନିଟ୍‍ ରକ୍ତ ସଂଗୃହୀତ ହୋଇଥିଲା। ପୁଲ୍‌ୱାମା ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡ଼ିଆଙ୍କ ପରିବାରକୁ ବ୍ୟବସାୟୀ ସଂଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କଟକ ଚାମ୍ବର୍ ଅଫ୍ କମର୍ସ ପକ୍ଷରୁ କୁହାଯାଇଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories