www.samajalive.in
Wednesday, December 10, 2025
16.1 C
Bhubaneswar

ବିଷାକ୍ତ ଛତୁ ଖାଇ ୪ ଗୁରୁତର

ଵଣାଇ : ବଣାଇ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ତାଳଵାହାଳି ପଞ୍ଚାୟତ ମଦନପୁର ଗ୍ରାମର ଗୋଟିଏ ପରିବାରର ୪ଜଣ ବିଷାକ୍ତ ଛତୁ ଖାଇ ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡିଛି। ସେମାନଙ୍କୁ ଚିକିତ୍ସା ପାଇଁ ବଣାଇଁ ଉପଖଣ୍ଡର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଅସୁସ୍ଥମାନେ ହେଲେ ମଦନପୁର ଗ୍ରାମର ପାଣ୍ଡାଳୁ ନାଏକ, ରତ୍ନି ନାଏକ, ବୁଟୁ ନାଏକ ଓ କପୁ ନାଏକ ଗତକାଲି ଜଙ୍ଗଲରୁ ଜଙ୍ଗଲି ଛତୁ ଗୋଟେଇ ଆଣି ଘରେ ରୋଷେଇ କରି ରାତିରେ ଖାଇ ଶୋଇଥିଲେ। ତେବେ ଛତୁ ଖାଇବା ପରେ ଆଜି ସକାଳୁ ସମସ୍ତେ ବାନ୍ତି କରିବା ସହିତ ଅସୁସ୍ଥତା ଅନୁଭବ କରିଥିଲେ। ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଣାଇଁ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories