www.samajalive.in
Monday, December 15, 2025
27.1 C
Bhubaneswar

ଗୋପବନ୍ଧୁ ବିଜ୍ଞାନ କଲେଜରେ ବନ ମହୋତ୍ସବ

ଆଠଗଡ : ଆଠଗଡର ସର୍ବପୁରାତନ ଗୋପବନ୍ଧୁ ବିଜ୍ଞାନ କଲେଜର ୬୩ତମ ପ୍ରତିଷ୍ଠା ଦିବସ ଓ ବନ ମହୋତ୍ସବ ସୋମବାର ପାଳନ ହୋଇଯାଇଛି । କଲେଜର ଏନଏସଏସ, ଏନସିସି, ଯୁବ ରେଡକ୍ରସ ଏବଂ ସ୍କାଉଟ ଓ ଗାଇଡର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ବ୍ୟାପକ ଚାରାରୋପଣ ଉପରେ ଗୁରୁତ୍ଵାରୋପ କରିଥିଲେ । ଜଙ୍ଗଲ ସମ୍ପଦର ଦ୍ରୁତ ଅବକ୍ଷୟ ଯୋଗୁଁ ବିଶ୍ବରେ ଏବେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳବାୟୁ ଓ ଋତୁଚକ୍ରର ଅସ୍ୱାଭାବିକ ପରିବର୍ତ୍ତନ ଜୀବଜଗତ ପାଇଁ ଘୋର ବିପଦ ସୃଷ୍ଟି କରିବା ଆଶଙ୍କା ଦୃଢୀଭୂତ ହେବାରେ ଲାଗିଛି । ଏହି ବିଷମ ପରିସ୍ଥିତିରୁ ରକ୍ଷା ପାଇବାକୁ ହେଲେ ସମସ୍ତେ ସଚେତନ ହୋଇ ଜଙ୍ଗଲ ସମ୍ପଦର ସୁରକ୍ଷା ସହିତ ସବୁଜ ବଳୟ ସୃଷ୍ଟି ପାଇଁ ନିରନ୍ତର ଉଦ୍ୟମ କରିବା ଆବଶ୍ୟକ ବୋଲି ଅଧ୍ୟକ୍ଷ ଡଃ ସାହୁ ମତବ୍ୟକ୍ତ କରିଥିଲେ ।

ପ୍ରାରମ୍ଭରେ ଅଧ୍ୟକ୍ଷ ଓ ଅଧ୍ୟାପକମାନେ କଲେଜ ପରିସରସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଡଃ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ କଲେଜ ପରିସର ସଫେଇ କରିବା ସହିତ ବହୁ ଉପାଦେୟ ବୃକ୍ଷର ଚାରା ରୋପଣ କରିଥିଲେ। ଅଧ୍ୟାପକ ଦିବ୍ୟଶକ୍ତି ସାମନ୍ତରାୟ ଓ ଡେମୋନଷ୍ଟ୍ରେଟର ଶୁଭଦର୍ଶନ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅଣଶିକ୍ଷକ କର୍ମଚାରୀ ବଳଭଦ୍ର ମନ୍ତ୍ରୀ, ଧବଳେଶ୍ଵର ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

ବାହୁଡା ଯାତ୍ରା ସମୟରେ ରଥ ଉପରେ ମୋବାଇଲ ବ୍ୟବହାର ନେଇ ଏତଲା

- Advertisement -

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories