ନୀଳଗିରି : ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ଅଭିଯୋଗରେ ସ୍ଥାନୀୟ ପୁଲିସ ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁରକୁ ଥାନାରେ ଅଟକ ରଖିଛି।
ନୀଳଗିରି ଥାନା ତଥା ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ହାତୀଖୋଲିଆ ଗାଁରେ ଏଭଳି ଅଘଟଣ ଘଟିଥିବା ଦେଖିବାକୁ ମିଳିଛି। ନାଲି ସିଂ (୩୦) ନାମକ ଜଣେ ମହିଳାଙ୍କୁ ସୋମବାର ରାତିରେ ମରଣାନ୍ତକ ଆକ୍ରମଣ କରାଯିବା ପରେ ତାଙ୍କୁ ସ୍ୱାମୀ ଓ ଶ୍ୱଶୁର ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ମାଆ ବଦନ ସିଂ (୭୫)ଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ ପୁଲିସ ମହିଳାଙ୍କ ସ୍ୱାମୀ ଲକ୍ଷ୍ମଣ (୩୫) ଓ ଶ୍ୱଶୁର କାର୍ତ୍ତିକ ସିଂ (୬୧)ଙ୍କୁ ଅଟକ ରଖିଛି।
ମହିଳାଙ୍କୁ ବିଷ ପିଆଇ ହତ୍ୟା ଅଭିଯୋଗ : ସ୍ୱାମୀ-ଶ୍ୱଶୁର ଅଟକ
Popular Categories



