ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ବଲରାଜ ଭଟ୍ଟି ନିହତ

0

ନଇଡା : ପୁଲିସ ସହ ଗୁଳିବିନିମୟରେ ଦୁର୍ଦ୍ଧର୍ଷ ଅପରାଧୀ ବଲରାଜ ଭଟ୍ଟି ପ୍ରାଣ ହରାଇଛି। ସୋମବାର ସକାଳେ ଉତ୍ତରପ୍ରଦେଶ, ଦିଲ୍ଲୀ ଓ ହରିୟାଣା ପୁଲିସର ମିଳିତ ଅଭିଯାନ ବେଳେ ଏହି ଗୁଳିବିନିମୟ ହୋଇଥିଲା। ବଲରାଜର ମୁଣ୍ଡ ପାଇଁ ୨.୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ବଲରାଜ ନଇଡାର ସେକ୍ଟର ୪୧ରେ ଲୁଚିଥିବା ନେଇ ସୂଚନା ମିଳିବା ପରେ ତିନି ରାଜ୍ୟ ପୁଲିସ ପକ୍ଷରୁ ମିଳିତ ଅଭିଯାନ ହୋଇଥିଲା। ପୁଲିସ ଚାରିପଟୁ ନାକାବନ୍ଦୀ କରିବା ଦେଖି ବଲରାଜ ଓ ତାର ସହଯୋଗୀମାନେ ଗୁଳି ଚଳାଇଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଗୁଳିବିନିମୟ ବେଳେ ବଲରାଜ ଗୁରୁତର ଆହତ ହୋଇଥିଲା। ତାକୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା; ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ବଲରାଜର ଦୁଇଜଣ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କୁହାଯାଇଛି। ବଲରାଜ ବିରୋଧରେ ହତ୍ୟା, ଡକାୟତି, ଜମି ଜବରଦଖଲ ଭଳି ଅନେକ ମାମଲା ରହିଥିଲା।

Leave A Reply