www.samajalive.in
Saturday, December 6, 2025
15.1 C
Bhubaneswar

ବେଲୁଚିସ୍ତାନରେ ସ୍କୁଲ ବସ୍ ଉପରେ ଆକ୍ରମଣ ; ୩ ଶିଶୁ ସହ ୫ ମୃତ

ନୂଆଦିଲ୍ଲୀ : ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନରେ ଏକ ସ୍କୁଲ ବସ୍ ଉପରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛିା ଏଥିରେ ପ୍ରାରମ୍ଭିକ ସୂଚନା ଅନୁଯାୟୀ, ୩ ଜଣ ପିଲାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୮ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଅଶାନ୍ତ ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଏକ ସ୍କୁଲ ବସ୍‌କୁ ଟାର୍ଗେଟ କରି ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ତିନି ଜଣ ପିଲାଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ପିଲାଙ୍କ ସମେତ ୩୮ ଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବେଲୁଚିସ୍ତାନ ପ୍ରଦେଶର ଖୁଜଦାର ଜିଲ୍ଲାରେ ବସଟି ପିଲାମାନଙ୍କୁ ସ୍କୁଲ ନେଉଥିବା ସମୟରେ ଆକ୍ରମଣ ହୋଇଥିଲା। ବୁଧବାର ଦିନ ଖୁଜଦାରର ଜିରୋ ପଏଣ୍ଟ ନିକଟରେ ଏକ ସ୍କୁଲ ବସ୍‌କୁ ଟାର୍ଗେଟ କରି ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଛି ଏବଂ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିବା ପାଇଁ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି।

ମାତ୍ର ୨ ଦିନ ପରେ ବୁଦ୍ଧାଦିତ୍ୟ ରାଜଯୋଗ : ଏହି ରାଶିଙ୍କୁ କୋଟିପତି କରିବେ ସୂର୍ଯ୍ୟ-ବୁଧ, ହେବେ ମାଲାମାଲ୍‌, ହେବ ବିବାହ..

ବଡ ଝଟକା ; ପୁଣି ବଢିଲା ସୁନା, ଲକ୍ଷେ ମୁହାଁ ଦାମ୍‌

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories