www.samajalive.in
Saturday, December 6, 2025
16.1 C
Bhubaneswar

ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ!

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ କେବେ ହେବ ଛାତ୍ର ସଂସଦ ନିର୍ବାଚନ । ଏନେଇ ଗ୍ରୀନ୍‍ ସିଗନାଲ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି କଲେଜ ନିର୍ବାଚନ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ । ତେଣୁ ସଠିକ୍‍ ସମୟରେ ଶେଷ କରାଯିବାକୁ ପ୍ରୟାସ ଜାରି ରହିଛି । ପୂର୍ବ ସରକାର ସମୟରୁ କଲେଜ ନିର୍ବାଚନ ବନ୍ଦ ରହିଥିଲା । କଲେଜରେ ବିଶୃଙ୍ଖଳା, ପରେ କରୋନା ଏସବୁ ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା । ଯାହାକୁ ନେଇ ବିରୋଧୀ ଦଳଗୁଡିକ ସେତେବେଳେ ଅସନ୍ତୋଷ ପ୍ରକାଶ କରିଥିଲେ । ରାଜ୍ୟରେ ବିଜେପି ସରକାର ହେବା ପରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଥିଲା । ଶେଷ ଥର ପାଇଁ ୨୦୧୮ରେ କଲେନ ନିର୍ବାଚନ ହୋଇଥିଲା । ଦୀର୍ଘ ୭ବର୍ଷ ପରେ ପୁଣି ଥରେ କଲେଜ ନିର୍ବାଚନ ହେବ ବୋଲି ସ୍ପଷ୍ଟ ହୋଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories