ସିକ୍କିମରେ ମିଲିଟାରୀ ଇଞ୍ଜିନିୟର ନିର୍ମାଣ କଲେ ବ୍ୟାଲେ ପୋଲ

ଡେସ୍କ: ସିକ୍କିମର ତ୍ରିଶକ୍ତି କର୍ପସର ମିଲିଟାରୀ ଇଞ୍ଜିନିୟରମାନେ ସୀମା ସଡ଼କ ସଂଗଠନ ଏବଂ ସ୍ଥାନୀୟ ପ୍ରଶାସନର ଉଦ୍ୟମରେ ଡିଚୁ-ସାନକଲାଙ୍ଗ ରାସ୍ତାରେ ଏକ ବ୍ୟାଲେ ପୋଲ ନିର୍ମାଣ କରିଛନ୍ତି। ନିକଟରେ ବନ୍ୟା ଯୋଗୁଁ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳକୁ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଏବଂ ଯୋଗାଯୋଗ ପୁନରୁଦ୍ଧାର କରିବା ପାଇଁ ଏହି ପୋଲ ନିର୍ମାଣ କରାଯାଇଛି। ଏହି ରାସ୍ତାରେ ଯାତାୟାତ ଦୃଷ୍ଟିକୋଣରୁ ଏହି ପୋଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିକଟରେ ରାଜ୍ୟରେ ବନ୍ୟା ଯୋଗୁଁ ଉତ୍ତର ସିକ୍କିମର ଅନେକ ଅଞ୍ଚଳକୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

କେବେ ଫେରିବେ ସୁନୀତା!

Comments are closed.