ଗୋ-ପୂଜନ ଏବଂ ଗୋ-ଚିକିତ୍ସା ଶିବିର
ବାଲିଆପାଳ : ବାଲିଆପାଳ ବ୍ଲକ ଦେଭୋଗ ପଞ୍ଚାୟତ ଅଧିନସ୍ଥ ବିଲକୁମ୍ଭାରୀ ଗ୍ରାମର ରବୀନ୍ଦ୍ର କୁମାର ଦେଙ୍କ ବଡପୁଅ ସ୍ବର୍ଗତଃ ନବୀନ କୁମାର ଦେଙ୍କ ନବମ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଲକୁମ୍ଭାରୀ ରାଧା ମାଧବ ଜୀଉ ଗୋ ସେବା ସଂଗଠନ ପକ୍ଷରୁ ଗୋ-ପୂଜନ ଏବଂ ଗୋ- ଚିକିତ୍ସା ଶିବିର ଶ୍ରୀରାମପୁର ଗ୍ରାମର ଜାହାଜୀପଦା ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି।
ପ୍ରାରମ୍ଭରେ ଗୋ-ମାତାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଶ୍ରୀରାମପୁର ଗ୍ରାମ ସମେତ ଆଖ ପାଖ ଅଂଚଳରୁ ଦୁଇଶହରୁ ଉର୍ଦ୍ଧ ଗୋରୁ, ଗାଈ, ଛେଳି ଚାଷୀ ଯୋଗ ଦେଇଥିଲେ। ସମସ୍ତ ଗୃହପାଳିତ ପଶୁର ଚିକିତ୍ସା କରାଯାଇ ଔଷଧ ବିତରଣ କରାଯାଇଥିଲା। ସଂଗଠନର ସଦସ୍ୟ ସାମ୍ବାଦିକ ଗୋପନାରାୟଣ ଜେନାଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀରାମପୁର ପଞ୍ଚାୟତର ସରପଞ୍ଚ ଦେବ କୁମାର ଦେ, ପୂର୍ବତନ ସରପଞ୍ଚ ବିଜୟ କୃଷ୍ଣ ବେହେରା, ବାଘାଜନୀତ ସ୍ମୃତି ପରିଷଦର ସଭାପତି ଅରବିନ୍ଦ ବେହେରା, ପ୍ରାଣୀ ସଂପଦ ବିକାଶ ବିଭାଗ, ମୟୁରଭଞ୍ଜ ,ବାରିପଦାର ଉପ ନିର୍ଦ୍ଦେଶକ ଡ.ଅଜୟ କୁମାର ବେହେରା ,ଗ୍ରାମ ମାଲିକ ଯୁଗଳ କିଶୋର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ରାଧା ମାଧବ ଜୀଉ ଗୋ- ସେବା ସଂଗଠନ ପକ୍ଷରୁ ସଫଳ ଚାଷୀ ଭାବେ ଶ୍ରୀରାମପୁର ଗ୍ରାମର ଧ୍ରୁବ ଚରଣ ଜେନା,ସଫଳ ଛେଳି ଚାଷୀ ଭାବେ ତାପଣ୍ତିଆ ଗ୍ରାମର ରବୀନ୍ଦ୍ର ଦେ,ସଫଳ କୁକୁଡା ଚାଷୀ ଭାବେ ଶ୍ରୀରାମପୁର ଗ୍ରାମର ବଳରାମ ପାତ୍ର ଏବଂ ସଫଳ ଗାଈ ଚାଷୀ ଭାବେ ଶ୍ରୀରାମପୁର ଗ୍ରାମର ଅଚ୍ଯୁତାନନ୍ଦ ବେହେରା ପ୍ରମୁଖଙ୍କୁ ଉତ୍ତରୀୟ ଏବଂ ଫୁଲ ଗଛ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ରାଧା ମାଧବ ଜୀଉ ଗୋ-ସେବା ସଂଗଠନ ର ୟୁନିଫର୍ମ କୁ ଅତିଥିମାନେ ଉନ୍ମୋଚନ କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ସଂଜିତ୍ କୁମାର ଜେନା,ଜୟ ନାରାୟଣ ଜେନା,ମଞ୍ଜୁଲତା ପାତ୍ର,ଲକ୍ଷ୍ମଣ ଦେ, ମମତା ଦେ, ସୁମତୀ ଦେ, ସ୍ବାଗତ କୁମାର ସାହୁ, ହରେକୃଷ୍ଣ ପାତ୍ର, ଅଜୟ ସାହୁ, ଶିବ ଶଙ୍କର ପାତ୍ର, ଦିଗନ୍ତ ଦେ, ଉତ୍କଳ ଦେ, ସୁବ୍ରତ ଜେନା, ସତ୍ୟବ୍ରତ ରାୟ, ମନ୍ମଥ ବେହେରା, ଜ୍ୟୋତି ପ୍ରକାଶ ରାୟ, ନିର୍ମଳ କୁମାର ଜେନା, ମୈତ୍ରୀ ବଳରାମ ଜେନା, ପ୍ରଦୀପ ରାଉତ, ଜୀବନ କୃଷ୍ଣ ଦେ ପ୍ରମୁଖ ସଂଗଠନର ସଦସ୍ୟ ଏବଂ ସଦସ୍ୟାମାନେ ସହଯୋଗ କରିଥିଲେ । ସ୍ବର୍ଗତଃ ଦେଙ୍କ ସାନଭାଇ ଗୋ-ସେବକ ଅରୁଣ କୁମାର ଦେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
Comments are closed.