www.samajalive.in
Wednesday, December 10, 2025
16.1 C
Bhubaneswar

ମହୋତ୍ସବ ଅଞ୍ଚଳର ବିକାଶ, ସଂସ୍କୃତି ଏବଂ ଭାଇଚାରାର କଥା କହେ

ବାଲିଆପାଳ:  ମନୋଜ୍ଞ ପରିବେଶରେ ଉଦଘାଟିତ ହୋଇଛି ଏକାଦଶ ବାଲିଆପାଳ ମହୋତ୍ସବ । ମହୋତ୍ସବ ଅଞ୍ଚଳର ବିକାଶ,ସଂସ୍କୃତି ଏବଂ ଭାଇଚରାର କଥା କହେ ବୋଲି ବାଲିଆପାଳ ମହୋତ୍ସବ ଉଦଘାଟନ ଉତ୍ସବରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ମହୋତ୍ସବ କମିଟିର ଆବାହାକ ସୁଶାନ୍ତ କୁମାର ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ବାଲିଆପାଳ ତହସିଲଦାର ଜନକ କୁମାର ନାୟକ ଉଦଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବାଲିଆପାଳର ଐତିହ୍ୟ ବଳିଷ୍ଠ,ସଂସ୍କୃତି ବହୁତ ମହାନ । ଏହି ଐତିହ୍ୟ ଓ ସଂସ୍କୃତିକୁ ଲୋକ ଲୋଚନକୁ ଅଣିବା ପାଇଁ ଏଭଳି ମହୋତ୍ସବର ଆବଶ୍ୟକତା ରହିଛି । ମହୋତ୍ସବ ସମନ୍ୱୟର ପ୍ରତୀକ ଓ ସଂସ୍କାରମୁଖୀ ଚେତନାର ବାର୍ତ୍ତାବହ ସେହି ବାର୍ତ୍ତାକୁ ବହନକରି ଏହି ମହୋତ୍ସବ ଅନୁଷ୍ଠିତ ହେଉଛି ବୋଲି ସେ କହିଥିଲେ ।

ମୁଖ୍ୟବକ୍ତା ଭାବେ ଲାତାଯୋରୀ ଧୃବଚରଣ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରିୟବ୍ରତ ପଣ୍ଡା ଯୋଗଦେଇ ମହୋତ୍ସବ ଜରିଆରେ ଅଞ୍ଚଳର ବିକାଶ ସାଧନ ହେବା ସହ ପରବର୍ତ୍ତୀ ପିଢିଙ୍କ ମଧ୍ୟରେ ଏକତା ଭାଇଚାରା ଏବଂ ସଦଭାବ ସୃଷ୍ଟି କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ମଧୁପୁରା ପଞ୍ଚାୟତର ପୂର୍ବତନ ସରପଞ୍ଚ ମୁରଲୀ ମୋହନ ସାହୁ,ବାଲିଆପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ମଧୁସୂଦନ ବାରିକ, ସମାଜସେବୀ ଭାଷ୍କର ଚନ୍ଦ୍ର ସାହୁ ନିଜ ବକ୍ତବ୍ୟରେ ଏହି ମହୋତ୍ସବ ଦ୍ୱାରା ସ୍ନେହମମତାର ଡୋରୀରେ ଅଞ୍ଚଳବାସୀ ବାନ୍ଧି ହୋଇଯାଇଛନ୍ତି । ଏହାସବୁଦିନ ବଜାୟ ରହୁ ବୋଲି ସେ କହିଥିଲେ ।

- Advertisement -

ଉତ୍ସବ କମିଟିର ସଦସ୍ୟ ପ୍ରଦୀପ୍ତ ପାତ୍ର ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ ଏବଂ ବିଜୟ କୁମାର ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ । ଅପରାହ୍ନାରେ ବାଲିଆପାଳ ଜଗନ୍ନାଥ ମନ୍ଦିର ଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାହାରି ସିମୁଳିଆ ବଜାର, ପାରୁଳିଆଛକ, ଜାମକୁଣ୍ଡାଛକ, ବାଲିଆପାଳ ବସଷ୍ଟାଣଣ୍ଡ ପରିକ୍ରମା କରି ମହୋତ୍ସବ ସ୍ଥଳରେ ପହଞ୍ଚିଥିଲା । ସତ୍ୟସାଇ ସେବାସଂଗଠନର ସଦସ୍ୟମାନେ ବେଦପାଠ କରିଥିଲେ ।ସଭାକାର୍ୟ୍ୟ ପୂର୍ବରୁ ଓଡିଶା ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ବରର ଓଡଶୀ ନୃତ୍ୟାନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା।

ସଭାକାର୍ଯ୍ୟ ପରେ ସ୍ଥାନୀୟ ଅଞ୍ଚଳର ପ୍ରତିଭା ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇଥିଲା । ଉତ୍ସବ କମିଟର ସଦସ୍ୟ ଅରୁଣ ପାତ୍ର,ହରବନ୍ଧୁ ଜେନା,ନରେଶ ସାହୁ,ସଞ୍ଜୀବ ପାତ୍ର,ସତ୍ୟବ୍ରତ ରାୟ ,ମୁକୁନ୍ଦ ସିଂ,ଅସୀତ ପଟ୍ଟନାୟକ ,ଉମାକାନ୍ତ ନାୟକ,ଦିନୋଜ ଜେନା,ପ୍ରବୀର ସି,ସମେତ କମିଟିର ସମସ୍ତ ସଦସ୍ୟମାନେ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଓଡିଶା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ନାରାୟଣୀ ଗୋଟିପୁଅ ନୃତ୍ୟ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା । ଏହି ମହୋତ୍ସବ ଦଶଦିନଧରି (ଆସନ୍ତା ୧୪ତାରିଖ ପର୍ୟ୍ୟନ୍ତ) ଚାଲିବାକୁଥିବା ବେଳେ ଏଥିରେ ବିଭିନ୍ନ ବ୍ୟବସାୟିକ ଷ୍ଟଲ, ମୀନାବଜାର ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories