www.samajalive.in
Wednesday, December 10, 2025
16.1 C
Bhubaneswar

ମହିଳା ହିତାଧିକାରୀଙ୍କୁ ମାଡ ମାରିଲେ ରିଟେଲର

ବାସୁଦେବପୁର  : ଖାଉଟି ସାମଗ୍ରୀ ଆଣିବାକୁ ଯାଇଥିବା ମହିଳାଙ୍କୁ ରିଟେଲର ମାଡ ମାରିବାକୁ ନେଇ ବିଡିଓଙ୍କ ସମେତ ଥାନାରେ ଅଭିଯୋଗ । ଏମିତି ଘଟଣା ବାସୁଦେବପୁର ପଞ୍ଚାୟତ ସମିତି ଅଧିନ କିସ୍ମତ କୃଷ୍ଣପୁର ପଞ୍ଚାୟତର ବୋଲି ଜାଣିବାକୁ ମିଳିଛି । ଅଭିଯୋଗ ମୁତାବକ, ଏହି ପଞ୍ଚାୟତର ଦଶ ନମ୍ବର ୱାର୍ଡର ସରସ୍ୱତୀ ଜେନା ନିଜର ଚାଉଳ ଆଣିବା ପାଇଁ ସ୍ଥାନୀୟ ରିଟେଲର ଭଗବାନ ବାରିକଙ୍କ ନିକଟକୁ  ଯାଇଥିଲେ ।
ମାତ୍ର ପୁର୍ବରୁ ହିତାଧିକାରୀମାନଙ୍କୁ ସଠିକ ଭାବରେ ଚାଉଳ ବଣ୍ଟନ କରୁନଥିବା ରିଟେଲର ଶ୍ରୀ ବାରିକ ରାସନ ସାମଗ୍ରୀ ନଦେଇ ଘଉଡାଇ ଦେଉଥିବା ବେଳେ ହଠାତ ମହିଳାଙ୍କୁ ଧକ୍କାମାରି ତଳେ ପକାଇ ଦେଇଥିଲେ । ଏହା ଦେଖି ଉପସ୍ଥିତ ଥିବା ଅନ୍ୟ ହୀତାଧିକାରୀମାନେ ବାରଣ କରିବାରୁ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ ବୋଲି ନାଇକାଣିଡିହ ଥାନାରେ ଅଭିଯୋଗ ହୋଇଛି । ଏସଂପର୍କରେ ଆଜି ବାସୁଦେବପୁର ବିଡିଓ ସଞ୍ଜିବକୁମାର ସାହୁଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି କେତେଜଣ ହୀତାଧିକାରୀ । ଏନେଇ ବିଡିଓ କହିଛନ୍ତି ଯେ ଘଟଣାର ନିରପେକ୍ଷ ତଦନ୍ତ କରାଯିବା ସହିତ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories