www.samajalive.in
Monday, December 15, 2025
17.1 C
Bhubaneswar

ବାଳି ମହାବିଦ୍ୟାଳୟରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ

ଗୁରୁଡିଝାଟିଆ : ବାଳିସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ପକ୍ଷରୁ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଆୟୋଜିତ ଏହି ଦେଶାତ୍ମବୋଧକ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ସୁରେଶ ଚନ୍ଦ୍ର ରାଉତରାୟ ଅଧ୍ୟକ୍ଷତା କରିଥିଲେ। ପ୍ରଶାସନିକ ଅଧିକାରୀ ତଥା ବରିଷ୍ଠ ଇଂରାଜୀ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଦେଶ ଓ ଜାତି ପାଇଁ ବୀର ଶହୀଦଙ୍କ ଉତ୍ସର୍ଗୀକୃତ ସେବା ଓ ବଳିଦାନ ଦେଇଥିବା ବୀର ବିପ୍ଲବୀ ଶହୀଦଙ୍କ ମହନୀୟ ଜୀବନଚିତ୍ର ସଂପର୍କରେ ବିଦ୍ୟାର୍ଥୀମାନଙ୍କୁ ଅବଗତ କରାଇବା ସହ ଦେଶ ମାତୃକା ଭାବନାରେ ନିଜକୁ ସମର୍ପି ଦେବା ନିମନ୍ତେ କହିଥିଲେ। ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ତଥା ଜାତୀୟ ସେବା ଯୋଜନାର ସଂଯୋଜକ ରଶ୍ମୀ ରଞ୍ଜନ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଦିଲ୍ଲିପ କୁମାର ନାୟକ, ଅଧ୍ୟାପିକା ସୁନନ୍ଦା ସାହୁ, ମମତା ସେନାପତି, ମଳୟ କୁମାର ମିଶ୍ର ଓ ଅମ୍ରିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories