www.samajalive.in
Sunday, December 14, 2025
26.1 C
Bhubaneswar

ତଣ୍ଡିପୁରରେ ଚାରା ବଣ୍ଟନ ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ପାତ୍ରପୁର : ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଚାରା ବଣ୍ଟନ ସହିତ ଏକ  ମାଗଣା ଚକ୍ଷୁ  ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରଥମେ  ସୁରଙ୍ଗ ଫରେଷ୍ଟର ସନ୍ଧ୍ୟା  ଦଳବେହେରା, ଅମରେଶ ଦାସ, ଜାନକୀ ପ୍ରଧାନ, ଅଳକା ରାଣୀ ବେହେରା, ରାଧା ମାଧବ ବିଶୋୟୀ ଆକାଶ ଗନ୍ତାୟତ ପ୍ରମୁଖ ବନ କର୍ମଚାରୀ ମାନଙ୍କ ଉପସ୍ଥିତିରେ ସ୍ଥାନୀୟ  ସରପଞ୍ଚ ରୀତା ପାତ୍ର  ଗ୍ରାମବାସୀଙ୍କୁ ଆମ୍ବ, ପଣସ, ସେଓ, ଜାମ୍  ଆଦି ବିଭିନ୍ନ ପ୍ରକାର ଚାରା ବଣ୍ଟନ କରିଥିଲେ।
ଏହାପରେ ସ୍ଥାନୀୟ ସରପଞ୍ଚ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଆୟୋଜିତ ମାଗଣା ଚକ୍ଷୁ ଚିକିତ୍ସା  ଶିବିରର ଶୁଭାରମ୍ଭ କରିଥିଲେ । ଏହି ଚକ୍ଷୁ ଚିକିତ୍ସା ଶିବିରରେ ୨୦ରୁ ଅଧିକ ଚକ୍ଷୁ ରୋଗୀଙ୍କ ମାଗଣାରେ ଚିକିତ୍ସା କରିବାସହ ମାଗଣା ଔଷଧ ଦିଆଯାଇଥିଲା। ବ୍ରହ୍ମପୁର  ଆଇ କେୟାର ହସ୍ପିଟାଲ ପକ୍ଷରୁ ଆୟୋଜିତ ଶିବିରରେ ଡାକ୍ତର ରଘୁନାଥ ସାହୁ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ଚିକିତ୍ସାରେ ସହଯୋଗ କରିଥିଲେ। ସରପଞ୍ଚ ପ୍ରତିନିଧି ମହେନ୍ଦ୍ର ନାଥ ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories