www.samajalive.in
Monday, December 15, 2025
15.1 C
Bhubaneswar

୪ ବାଲି ବୋଝେଇ ହାଇୱା ଜବତ, ୪ ଗିରଫ 

ହରଭଙ୍ଗା : ହରଭଙ୍ଗା ତହସିଲ ଅର୍ନ୍ତଗତ ମହାନଦୀର ବିଭିନ୍ନ ବାଲି ଘାଟରୁ ବିନା ୱାଇ ପାସରେ ବାଲି ଚୋରାଚାଲାଣ ଚାଲିଥିବା ଖବରପାଇ ହରଭଙ୍ଗା ପୁଲିସ ପକ୍ଷରୁ ରବିବାର ଚଢଉ କରିଥିଲା। ସୁରୁଣ୍ଡି ନିକଟରୁ ପୁଲିସ ୫ ବାଲି ବୋଝେଇ ହାଇୱା ଜବତ କରିବା ପରେ ଗାଡିଗୁଡିକୁ ଥାନାକୁ ଆଣି କାଗଜପତ୍ର ଯାଂଚ କରିଥିଲା। ଗୋଟିଏ ହାଇୱାର କାଗଜପତ୍ର ଠିକ ଥିବାରୁ ତାକୁ ପୁଲିସ ଛାଡିଦେଇଥିଲା। କାଗଜପତ୍ର ଯାଂଚପରେ ଅନ୍ୟ ୪ବାଲି ବୋଝେଇ ହାଇୱା ଗାଡିଗୁଡିକ ବିନା ୱାଇ ପାସରେ ବାଲି ଚୋରା ଚାଲାଣ କରୁଥିବା ଜଣାପଡିଥିଲା। ଏ ନେଇ ହରଭଙ୍ଗା ପୁଲିସ ପକ୍ଷରୁ ଦୁଇଟି ପୃଥକ ମାମଲା ରୁଜୁ କରି ହାଇୱା  ଡ୍ରାଇଭର ଅଭିମନ୍ୟୁ ଭୋକ୍ତା, ଅନିଲ କୁମାର ସାହୁ, ରଞନ ନାଏକ,ଏବଂ ଅକ୍ଷୟ ରଣା ପ୍ରମୁଖ ୪ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ତଦନ୍ତକାରୀ ପୁଲିସ ଅଫିସର ଲକ୍ଷ୍ମଣ ମଲ୍ଲିକ ସୂଚନା ଦେଇଛନ୍ତି ।

ସୂଚନା ଥାଉ କି ହରଭଙ୍ଗା ତହସିଲ ପକ୍ଷରୁ ସୁରୁଣ୍ଡି ଏବଂ ଡିଆଁଘାଟ, ହରଭଙ୍ଗା,ସାକୁଶିଙ୍ଗା, କରଡି, ଭଳି ମହାନଦୀ ବାଲିଘାଟକୁ ନିଲାମ କରାଯାଇଛି। ମାତ୍ର ଲିଜଧାରୀ ଅଧିକ ଲାଭ ଆଶାରେ ବିନା ୱାଇ ପାସରେ ରାତିଅଧିଆ ବାଲି ଚୋରା ଚାଲାଣ ଯୋଗୁଁ ସରକାରଙ୍କ ଅଧିକ ରାଜସ୍ୱ କ୍ଷତି ଘଟୁଛି। ଅନ୍ୟପଟେ ସବୁ ଲଘୁଖଣିଜ ଖାଦାନ ଗୁଡିକୁ ଖଣି ବିଭାଗକୁ ହସ୍ତାନ୍ତର ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାତ୍ର ଏଯାବତ୍ ହରଭଙ୍ଗା ତହସିଲରୁ କୌଣସି ବାଲି କିମ୍ବା ପଥର ଖାଦାନର କାଗଜପତ୍ର ଖଣି ବିଭାଗକୁ ହସ୍ତାନ୍ତର କରାଯାଇନଥିବା ଜଣାପଡିଛି। ଯାହାଫଳରେ ଖାଦାନଗୁଡିକରେ ସାଟେଲାଇଟ ସର୍ଭେ ଠାରୁ ଅନଲାଇନ ୱାଇ ପାସ କାର୍ଯ୍ୟକାରୀରେ ବିଳମ୍ବ ଘଟୁଛି । ତେଣୁ ବାଲି-ପଥର ଭଳି ଖଣିଜ ପଦାର୍ଥ ଚୋରି ପାଇଁ ଆଉ ଏକ ସୁଯୋଗ ସୃଷ୍ଟି କରାଯାଉଛି । ତୁରନ୍ତ ବାଲି-ପଥର ଖାଦାନ କାଗଜପତ୍ର ଖଣି ବିଭାଗକୁ ହସ୍ତାନ୍ତର କରାଗଲେ ବିନା ୱାଇ ପାସରେ ଖଣିଜ ପଦାର୍ଥ ଚୋରା ଚାଲାଣରେ ପ୍ରତିବନ୍ଧକ ଲାଗିପାରନ୍ତା ଏବଂ ପୁଲିସ ବିଭାଗକୁ ଏଥିପାଇଁ ନାକେଦମ ହେବାକୁ ପଡନ୍ତା ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ତୁରନ୍ତ ଏ ଦିଗରେ ଖଣିି ନିର୍ଦ୍ଦେଶକ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ହେଉଛି।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories