www.samajalive.in
Saturday, December 6, 2025
17.1 C
Bhubaneswar

ଚଳନ୍ତା ବାଇକରୁ ଯୁବକକୁ ଝାମ୍ପିନେଲେ ଭାଲୁ

ନୀଳଗିରି: ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଲୋକଙ୍କ ଘରକୁ କାମ ସନ୍ଧାନରେ ଯାଉଥିବା ଜଣେ ଯୁବକଙ୍କୁ ଚଳନ୍ତା ବାଇକରୁ ଦୁଇଟି ଭାଲୁ ଝାମ୍ପି ନେଇଛନ୍ତି। ଜୁରିଆପାଟଣା ଗାଁ ର ରମେଶ ମଲିକ(୩୫) ନାମକ ଯୁବକ ପାଟପୁର ଅଞ୍ଚଳକୁ କାମ ସନ୍ଧାନରେ ଏକ ବାଇକରେ ଯାଉଥିଲେ। ବାଇକ ପଛରେ ତାଙ୍କ ପୁତୁରାକୁ ମଧ୍ୟ ବସାଇଥିଲେ। ହଠାତ ଗୋପ ଛକ ନିକଟରେ ଦୁଇଟି ଭାଲୁ ତାଙ୍କୁ ଚଳନ୍ତା ବାଇକ ରୁ ଝାମ୍ପି ନେଇଥିଲେ। ତାଙ୍କ ପୁତୁରା ଛିଟିକି ରାସ୍ତା ତଳ କୁ ପଡିଥିବା ବେଳେ ଭାଲୁ ଦୁଇଟି ଯୁବକଙ୍କ ଗୋଡ଼ କାମୁଡି କ୍ଷତାକ୍ତ କରି ଦେଇଛନ୍ତି। ପ୍ରାୟ ୧୦ମିନିଟ ଧରି ଭାଲୁ ମଣିଷ ମଧ୍ୟରେ ଲଢେ଼ଇ ଚାଲିଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ପହଞ୍ଚି ଯିବାରୁ ଭାଲୁ ଦ୍ୱୟ ପଞ୍ଚଲିଙ୍ଗେଶ୍ୱର ପାହାଡ଼ ଆଡକୁ ପଳାଇ ଯାଇଥିଲେ। ସମ୍ପୃକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories