www.samajalive.in
Saturday, December 6, 2025
16.1 C
Bhubaneswar

ବାଟବଣା ଶିଶୁକୁ ଘରେ ଛାଡିଲେ ସମାଜସେବୀ

ପାଟଣା : ମଙ୍ଗଳବାର ସଂଧ୍ୟାରେ ବାଟବଣା ହୋଇ ଯାଇଥିବା ଜଣେ ଅଜଣା ଶିଶୁକନ୍ୟା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା – ଢେଙ୍କିକୋଟ ରାସ୍ତାରେ କାନ୍ଦି କାନ୍ଦି ଯାଉଥିଲେ । ଶିଶୁ କନ୍ୟା ଟି କାନ୍ଦୁ ଥିବା ଦେଖି ଡିଆଁନାଳୀ ଗ୍ରାମର ଯୁବସମାଜସେବୀ ତଥା ଓଡିଶା କୁଡୁମି ସେନାର ପାଟଣା ବ୍ଲକ ସାଧାରଣ ସଂପାଦକ ତ୍ରିନାଥ ମହାନ୍ତ ଶିଶୁଟିକୁ ଅଟକାଇ ପରିଚୟ ପଚାରିଥିଲେ । ଶିଶୁଟି ତାର ନାମ  ଓ ଘର ଭାଲିଆଡାଳ ଗ୍ରାମରେ ବୋଲି ପରିଚୟ ଦେଇଥିଲା । ଶିଶୁ ଟି ରାସ୍ତା ଭୁଲି ଯାଇଥିବା ଜାଣି ତ୍ରିନାଥ ମହାନ୍ତ ନିଜ  ସହଯୋଗୀ କୃଷ୍ଣ ମହାନ୍ତ, ଅଭିଷେକ ମହାନ୍ତ ଓ ବାସୁଦେବ ମହାନ୍ତଙ୍କୁ ଡକାଇ ଏକ ଅଟୋରିକ୍ସା ଡ଼କେଇ ବାଟବଣା ଶିଶୁକୁ ତାଙ୍କ ଘରେ ପହଞ୍ଚାଇ ନିଜର ମହାନତା ଦେଖାଇଛନ୍ତି। ତ୍ରିନାଥ ଙ୍କର ଏଭଳି କାର୍ୟ୍ୟ ପାଇଁ ତାଙ୍କୁ ଓଡ଼ିଶା କୁଡୁମି ସେନା ତରଫରୁ ଧନ୍ୟବାଦ ଜଣାଇଛନ୍ତି ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories