www.samajalive.in
Sunday, December 14, 2025
17.1 C
Bhubaneswar

ବାଲେଶ୍ବର ମେଡ଼ିକାଲ କଲେଜରେ ନକଲି ଡାକ୍ତର, ଅଟକ ରଖି ପଚରାଉଚୁରା କରୁଛି ଟାଉନ ଥାନା ପୁଲିସ

ବାଲେଶ୍ବର: ବାଲେଶ୍ବର ମେଡ଼ିକାଲ କଲେଜ ମେଡ଼ିସିନ ୱାର୍ଡରେ ପଶି ଜଣେ ଡାକ୍ତର ରୋଗୀ ଦେଖୁଥିଲେ ଏବଂ ପ୍ରେସକ୍ରିପସନ ଲେଖୁଥିଲେ। ଡାକ୍ତରଙ୍କ ହାବଭାବ ଓ ଚାଲିଚଳଣ ଦେଖି ହସ୍ପିଟାଲ କର୍ମଚାରୀ ସନ୍ଦେହ କରିଥିଲେ ଏବଂ ରୋଗୀ ନ ଦେଖିବା ପାଇଁ ସେଠାରୁ ତାଙ୍କୁ ବାହାର କରିବାକୁ ସୁରକ୍ଷା କର୍ମୀଙ୍କୁ ଡାକିଥିଲେ। ସୁରକ୍ଷାକର୍ମୀ ରୋଗୀ ଦେଖିବାକୁ ମନା କରିବାରୁ ସେମାନଙ୍କ ସହ ଡାକ୍ତର ଜଣକ ଯୁକ୍ତିତର୍କ କରିଥିଲେ। ପରବର୍ତ୍ତୀ ସମୟରେ ସେହି ଡାକ୍ତର ନକଲି ବୋଲି ଜଣାପଡ଼ିଥିଲା। ନକଲି ଡାକ୍ତର ରୋଗୀ ଦେଖୁଥିବା ଜାଣିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ। ହସ୍ପିଟାଲରେନ ପୁଲିସ ପହଞ୍ଚି ନକଲି ଡାକ୍ତରକୁ ଟାଉନ ଥାନାକୁ ଆଣି ଅଟକ ରଖି ପଚାରାଉଚୁରା କରୁଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ନକଲି ଡାକ୍ତର ଜଣଙ୍କ ମେଡ଼ିସିନ ୱାର୍ଡରେ ଭିତରେ ରୋଗୀ ଦେଖି ମେଡିସିନ୍‌ ଲେଖୁଥିଲେ। ଅନ୍ୟ ମେଡିକାଲ କର୍ମଚାରୀ ତାଙ୍କୁ ଦେଖି ସନ୍ଦେହ କରିବାରୁ ଡାକ୍ତରଖାନାରେ ଥିବା ସୁରକ୍ଷାକର୍ମୀଙ୍କୁ ଜଣାଇଥିଲେ। ସୁରକ୍ଷାକର୍ମୀ ନକଲି ଡାକ୍ତରଙ୍କୁ ପଚରାଉଚରା କରିଥିଲେ। ଏନେଇ ନକଲି ଡାକ୍ତର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଟାଉନ ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନକଲି ଡାକ୍ତରଙ୍କୁ ଧରି ଥାନାକୁ ଆଣିଥିଲା। ସେଠାରେ ପୁଲିସ ନକଲି ଡାକ୍ତରକୁ ପଚରାଉଚରା କରୁଥିବା ସୂଚନା ମିଳିଛି। ତେବେ କିଏ ସେ ନକଲି ଡାକ୍ତର, ତାଙ୍କର ପରିଚୟ କ’ଣ ପୁଲିସ ତାହାର ତଦନ୍ତ କରୁଛି। ଏହାସହ ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କୁ ମଧ୍ୟ ଏହି ବିଷୟରେ ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories