www.samajalive.in
Sunday, December 14, 2025
26.1 C
Bhubaneswar

ଋଷିକୂଲ୍ୟା ହୁଳୁହୁଳା ଗଣ୍ଡରେ ବୁଡ଼ିଗଲେ ଡାକ୍ତର, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବ୍ରହ୍ମପୁର: ଗଞ୍ଜାମ ଜିଲା ସୋରଡ଼ା ଥାନା ଭଗବାନପୁର ଗାଁ ନିକଟ ହୁଳୁହୁଳା ଗଣ୍ଡରେ ଗୋଡ଼ ଖସି ଯିବାରୁ ବୁଡ଼ିଗଲେ ଯୁବ ଡାକ୍ତର। ବହୁ ଖୋଜାଖୋଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।

ବ୍ରହ୍ମପୁର ଗୋଷାଣୀନୂଆଗାଁ ଅଞ୍ଚଳର ରାକେଶ କୁମାର ପାଢ଼ୀ ଗତକାଲି ୩ ଜଣ ସାଙ୍ଗଙ୍କ ସହ ପିକ୍‌ନିକ୍ କରିବାକୁ ଋଷିକୂଲ୍ୟା ହୁଳୁହୁଳା ଗଣ୍ଡକୁ ଯାଇଥିଲେ। ଭୋଜି ଖାଇବା ପରେ ୪ ସାଙ୍ଗ ହୁଳୁହୁଳା ଗଣ୍ଡକୁ ଗାଧୋଇବାକୁ ଯାଇଥିଲେ। ଗଣ୍ଡରେ ଗୋଡ଼ ଖସି ଯିବାରୁ ବୁଡାକ୍ତର ରାକେଶ ବୁଡି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ରାକେଶଙ୍କ ମୃତଦେହ ଉଦ୍ଧାର ପରେ ତୁରନ୍ତ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

- Advertisement -

ରାକେଶ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପିଜି କରୁଥିଲେ। ଦୁଇ ଜଣ ଡାକ୍ତର ଓ ଜଣେ ଇଞ୍ଜିନିୟର ବନ୍ଧୁଙ୍କ ସହ ପିକନିକ କରିବାକୁ ଯାଇଥିଲେ। ଭୋଜି ଖାଇବା ପରେ ୪ ସାଙ୍ଗ ହୁଳୁହୁଳା ଗଣ୍ଡକୁ ଗାଧୋଇବାକୁ ଯାଇଥିଲେ ଏବଂ ସେଠାରେ ରାକେଶଙ୍କ ଗୋଡ଼ ଖସି ଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories