ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାତ୍ୟା ଦାନା ପ୍ରଭାବରେ ବାଲେଶ୍ଵର ଜିଲ୍ଲାରେ ବ୍ୟାପକ କ୍ଷତି ଘଟିଥିବାବେଳେ ବହୁ ସ୍ଥାନରେ ଘର ଦ୍ଵାର ଭାଙ୍ଗିବା ସହ ବଡ ବଡ ଗଛ ମଧ୍ୟ ଭାଙ୍ଗିପଡିଛି। ଏହାରି ମଧ୍ୟରେ ଆଜି ସକାଳୁ ଖଇରା ଥାନା ନିକଟରେ ରାସ୍ତା ଉପରେ ପଡିଥିବା ଏକ ଗଛକୁ ପିଟିଲା ବସ୍। ଏକ ଘରୋଇ ବସ୍ ଆଜି ଭୋରରୁ ଯାତ୍ରୀଙ୍କୁ ନେଇ ବାଲେଶ୍ୱର ଜିଲ୍ଲା ଔପଦାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏତିକି ବେଳେ ଖଇରା ଥାନା ନିକଟରେ ଥିବା ଏକ ବଙ୍କାଣୀ ରାସ୍ତାରେ ବାତ୍ୟା ଦାନା ପ୍ରଭାବରେ ଏକ ଗଛ ଭାଙ୍ଗି ପଡି ରାସ୍ତା ଅବରୋଧ ହୋଇଥିଲା। ଡ୍ରାଇଭର ଜଣକ ଦ୍ରୁତ ଗତିରେ ଆସୁଥିବାବେଳେ ବସ୍ ଟି ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ମାତ୍ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।
Popular Categories



