www.samajalive.in
Saturday, December 6, 2025
15.1 C
Bhubaneswar

ଘରେ ପଶି ଅଙ୍ଗନବାଡି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବରି ଗାଁରେ ଅଭାବନୀୟ ଘଟଣା ଘଟିଛି। ଅଙ୍ଗନବାଡି ଦିଦିଙ୍କ ଘରେ ପଶି ହାଣିଲେ ଦୁର୍ବୁତ୍ତ। ସୂଚନା ମୂତାବକ ଅଙ୍ଗନବାଡି ଦିଦି ସୁକାନ୍ତି ସାହୁ ବରି ମାର୍କୋଣା ରାସ୍ତା ନିକଟରେ ଘର କରି ଦୀର୍ଘ ଦିନ ଆଗରୁ ରହି ଆସୁଥିଲେ। ଶନିବାର ବିଳମ୍ବିତ ରାତିରେ ସୁକାନ୍ତିଙ୍କ ସ୍ଵାମୀ ଘରେ ନଥିବାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ଚୋରି କରିବାକୁ ତାଙ୍କ ଘରେ ପଶିଥିଲେ। ମାତ୍ର ସୁକାନ୍ତି ବିରୋଧ କରିବାରୁ ଦୁର୍ବୁତ୍ତମାନେ ତାଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପରେ କିଛି ସ୍ଥାନୀୟ ଲୋକ ସୁକାନ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସିମୁଳିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories