www.samajalive.in
Sunday, December 7, 2025
23.1 C
Bhubaneswar

ଦାଦନ ଶ୍ରମିକ ସଂପର୍କିତ ଭୁଲ ତଥ୍ୟ ଦେଇଥିବା ଶ୍ରମଧିକାରୀ ଓ ଅସାଧୁ ଦାଦନ ଦଲାଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

ବଲାଙ୍ଗିର : ବର୍ତ୍ତମାନ କରୋନା ଜନିତ ପରିସ୍ଥିତିରେ ରାଜ୍ୟ ପ୍ରଶାସନର ଭୁଲ ପରିଚଳନା ଯୋଗୁଁ ପଶ୍ଚିମାଂଚଳର ଲକ୍ଷ ଲକ୍ଷ ଦାଦନ ଶ୍ରମିକ ଦୁର୍ଦ୍ଦଶା ଭୋଗୁଥିବା ସହ ବହୁ ଶ୍ରମିକ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ନିଜ ସହ ସମାଜର ଅନ୍ୟମାନଙ୍କ ପାଇଁ ସଂକ୍ରମଣର ଭୟ ତିଆରି କରିବାରେ ବାଧ୍ୟ ହୋଇଛନ୍ତି। ଯେତେବେଳେ ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେଲା ସେତେବେଳେ ଯଦି ଏ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଇଥାନ୍ତା ତାହା ହେଲେ ଅବସ୍ଥା ଏତେ ଶୋଚନୀୟ ହୋଇନଥାନ୍ତା ବୋଲି ପଶ୍ଚିମାଞ୍ଚଳ ମିଳିତ ଶ୍ରମିକ କର୍ମଚାରୀ ମଂଚ ତରଫରୁ ଦାବି କରାଯାଇଛି।

ଗତ ମେ ୩ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଞ୍ଚର ଜରୁରୀ କାର୍ଯ୍ୟକାରୀ ବୈଠକ ବଲାଙ୍ଗିର ରୁଗୁଡିପଡା ଠାରେ ଅନୁଷ୍ଠିତ ହୋଇ ଏସର୍ମ୍ପିର୍କିତ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଏ ସମସ୍ୟାକୁ ନେଇ ମଞ୍ଚ ତରଫରୁ ଏକ ବିଶାଳ ଶ୍ରମଜୀବୀ ଆନ୍ଦୋଳନ କରିବାକୁ ମଧ୍ୟ ନିଷ୍ପତ୍ତି କରାଯାଇଛି। ମଞ୍ଚର ସଭାପତି ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏବୈଠକରେ ମଞ୍ଚର କାର୍ଯ୍ୟକାରୀ ସଦସ୍ୟମାନେ ଯୋଗ ଦେଇଥିଲେ। ବୈଠକରେ ମୁଖ୍ୟ ଅତିଥି ରୂପେ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରିୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଯୋଗଦେଇ, ଏ ଅଞ୍ଚଳର ସୁରକ୍ଷା, ମୁକ୍ତି ଓ ବିକାଶ ପାଇଁ ଶ୍ରମଜୀବୀ ଶ୍ରେଣୀ ସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories