ବଲାଙ୍ଗିର: ବଲାଙ୍ଗିର ସହରର ଅନ୍ୟତମ ମୁଖ୍ୟ ଅଞ୍ଚଳ ବେହେରାପାଲିରେ ଜିଲା ପ୍ରଶାସନ କରୋନା କଟକଣାକୁ କଡାକଡି କରିଛି। ରବିବାର ଏହି ବସ୍ତିର ୫ ଜଣ ରୋଗୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଠାରେ କଣ୍ଟେନମେଣ୍ଟ ଜୋନ କରାଯାଇଛି। ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଏକାଧିକ ରୋଗୀ ଚିହ୍ନଟ ହୋଇଥିଲେ।
ସୂଚନା ଅନୁସାରେ, ବେହେରାପାଲିର ବଳରାମ ବାଗଙ୍କ ଘରଠାରୁ ନୃପ ଦୀପଙ୍କ ଘର ପର୍ୟ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି। ସେହିପରି ନୃପ ଦୀପଙ୍କ ଘର ଠାରୁ ଅଙ୍ଗନୱାଡି କେନ୍ଦ୍ର ପର୍ୟ୍ୟନ୍ତ ଅଞ୍ଚଳକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳକୁ ସିଲ କରାଯାଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି।



