ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଅଧିକାଂଶ କମ୍ପାନୀ ବନ୍ଦ ରହିଥିବାବେଳେ ହୋଣ୍ଡା କମ୍ପାନୀ ତାର ଦୁଇ ଚକିଆ ଗାଡି ବିକ୍ରିରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। କୁହାଯାଉଛି ଯେ, ହୋଣ୍ଡା ବାଇକ୍ ଭାରତରେ ଏହାର BS-6 ଗାଡିର ୧୧ ଲକ୍ଷରୁ ଅଧିକ ୟୁନିଟ୍ ବିକ୍ରି କରିସାରିଛି। ଏହା ସହିତ କମ୍ପାନୀ ଦ୍ୱାରା ଏହା ସ୍ପଷ୍ଟ ହୋଇଛି ଯେ ଏହାର ବିଏସ- ଦୁଇ ଚକିଆ ଯାନ ଭାରତୀୟ ବଜାରରେ ସବୁଠାରୁ ଗ୍ରାହକଙ୍କ ଅଧିକ ପସନ୍ଦ ହୋଇପାରିଛି।
ଗ୍ରାହକଙ୍କ ହୃଦୟ ଜିତିଲା ଆକ୍ଟିଭା ୧୨୫
ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ବିକ୍ରୟ ଏବଂ ମାର୍କେଟିଂ ନିର୍ଦ୍ଦେଶକ ଯାଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, କମ୍ପାନୀ ସେପ୍ଟେମ୍ବର ୨୦୧୯ରେ BS6 ଇଞ୍ଜିନ୍ ସହିତ ଆକ୍ଟିଭା ୧୨୫ ଲଞ୍ଚ କରିଥିଲା, ଯାହା ପ୍ରାୟ ନଅ ମାସ ମଧ୍ୟରେ ଏକ ନୂତନ ରେକର୍ଡ଼ ସୃଷ୍ଟି କରିଛି।
ହୋଣ୍ଡା ପାଇଁ ୧୧ଟି ଅପଗ୍ରେଡ୍ ବିଏସ୍ -୬ ମଡେଲ୍ ଭାରତରେ ଗ୍ରାହକଙ୍କ ବିଶ୍ୱାସ ହାସଲ କରିଛି ବୋଲି ହୋଣ୍ଡା ପାଇଁ ଗର୍ବର ବିଷୟ। ହୋଣ୍ଡା କହିଛି ଯେ, ୨୦୧୯-୨୦ ଆର୍ଥିକ ବର୍ଷରେ କମ୍ପାନୀ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ୩.୫ ଲକ୍ଷ ୟୁନିଟ୍ BS6 ଦୁଇ ଚକିଆ ଯାନ ବିକ୍ରି କରିସାରିଛି। ଗତ ଚାରି ମାସ ମଧ୍ୟରେ ଆଉ ୨.୫ ଲକ୍ଷ ଗାଡି ବିକ୍ରି ଲକଡାଉନ୍ ମଧ୍ୟରେ ରହିଛି। ଆକ୍ଟିଭା ୬ ଜି, ଡିଓ, ସିବି ୟୁନିକର୍ଣ୍ଣ ୧୬୦ ଏବଂ ସିବି ସାଇନ୍ ୧୨୫ ଦର୍ଶକଙ୍କର ସବୁଠାରୁ ଅଧିକ ପସନ୍ଦ ହୋଇପାରିଛି।



