ଦୁର୍ଘଟଣାରେ ୨ ବାଇକ୍‌‌ ଆରୋହୀଙ୍କ ମୃତ୍ୟୁ

ବଲାଙ୍ଗୀର : ସଡକ ଦୁର୍ଘଟଣାରେ ୨ ବାଇକ୍‌‌ ଆରୋହୀ ମୃତ। ଅଜଣା ଗାଡି ଧକ୍କାରେ ୨ ବାଇକ୍‌‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ପୁଇଁତଳା ଥାନା ବଲାଙ୍ଗୀର-ସୋନପୁର ରାସ୍ତାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗୁରୁବାର ରାତିରେ ଅଜଣା ଗାଡି ଧକ୍କାରେ ୨ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.